ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଓଡ଼ିଶାରେ ଭୂକମ୍ପର ଝଟକା । ରାଜ୍ୟରେ ବାଲେଶ୍ୱର ଓ ମୟୁରଭଞ୍ଜରେ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୨ଟା ୧୩ ମିନିଟରେ ଏହି ଭୁ-କମ୍ପର ଅନୁଭୂତ ହୋଇଥିବା ବେଳେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି ।
ରିକ୍ଟର ସେଲରେ ଏହାର ତୀବ୍ରତା ୩.୯ ରହିଥିବାର ଜଣାପଡ଼ିଛି । ବାରିପଦା ,ସହର ସମେତ ବଡ଼ସାହି , ଖୁଣ୍ଟା ,ବେତନଟୀ, ମାଣତ୍ରି ଓ ଉଦଳା ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତିବ୍ରତା କମ୍ ଥିବାରୁ କେବଳ ଝଟକା ଅନୁଭୂତ ହୋଇଛି ।
ଭୂମିକମ୍ପର ଝଟକା ଅନୁଭବ କରିବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ । କେବଳ ଓଡ଼ିଶା ନୁହେଁ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପର ଝଟକା ଅନୁଭୁତ ହୋଇଛି । ମୟୁରଭଞ୍ଜରେ ଲୋକ ଭୟଭୀତ ହୋଇ ଶଙ୍ଖ ଓ ଘଣ୍ଟ ବଜାଇଥିବାର ଜଣାପଡ଼ିଛି ।