ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କରୋନା ଟିକା କରଣ ପୂର୍ବରୁ ବ୍ରିଟେନ ସରକାର ଏକ ବଡ଼ ଘୋଷଣା କରିଛନ୍ତି ।ଯେ କହିଛନ୍ତି, ଏହି ଟିକା ନେବା ପରେ କାହା ଶରୀରରେ ଯଦି କୈାଣସି ବି ପ୍ରତିକ୍ରିୟା ଜଣାପଡେ ତେବେ ବ୍ରିଟେନ ସରକାର ଏ ନେଇ କ୍ଷତିପୂରଣ ଦେବେ ।ବ୍ରିଟେନ ପକ୍ଷରୁ ଫାଇଜର ଏବଂ ବାୟୋଏନଟେକର କରୋନା ଟିକାକୁ ଜରୁରୀକାଳୀନ ଭାବେ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଛି ।
ଏହି ଟିକା ପ୍ରଥମେ ବ୍ରିଟେନ ନାଗରିକମାନଙ୍କୁ କରୋନା ଟିକା ଦେବା ପାଇଁ ଘୋଷଣା କରିଛି । ଏହି ଟିକାର ଦୁଇଟି ଡ଼ୋଜ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨୧ ଦିନ ବ୍ୟବଧାନରେ ଦିଆଯିବ । ୟୁନାଇଟେଡ୍ କିଙ୍ଗଡମ୍ ପକ୍ଷରୁ ୧୬ ବର୍ଷରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯିବ ବୋଲି ଘୋଷଣା କରାଯାଇଛି ।
ବେଲଜିୟମରୁ ପ୍ରଥମ ବ୍ୟାଚ୍ ଟିକା ବ୍ରିଟେନରେ ଆସି ପହଞ୍ଚିବ । ଏହି ଡ଼ୋଜ ଡ଼ିସେମ୍ବର ୧୫ ରୁ ସାଧାରଣ ଲୋକଙ୍କୁ ଦିଆଯିବ ବୋଲି ଆଶା କରାଯାଇଛି ।