ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତ ୧୬୦ କୋଟିର କରୋନା ଟିକା କିଣିବା ଯୋଜନା କରିଛି ବୋଲି ପୃଥିବୀର ବିଭିନ୍ନ ଦେଶର ବିଶେଷଜ୍ଞମାନଙ୍କ ବିଶ୍ଲେଷଣ ରିପୋର୍ଟ ରେ ଏହା ଉଲ୍ଲେଖ କରାଯାଇଛି । ଦେଶର ୬୦ ପ୍ରତିଶତ ଲୋକମାନଙ୍କ ଶରୀରରେ ଏହି ଟିକା ପ୍ରୟୋଗ କରାଯିବ ।
ଏବଂ ଅବଶିଷ୍ଟ ଲୋକଙ୍କ ମଧ୍ୟରେ ହର୍ଡ଼ ଇମ୍ୟୁନିଟି ସୃଷ୍ଟି କରାଯିବାର ଯୋଜନା କରଛନ୍ତି । ୟୁରୋପୀୟ ସେହିପରି ୧୫୮ କୋଟି ଟିକା କିଣିବାକୁ ପ୍ରସ୍ତୁତି ଆରମ୍ଭ କରିଥିବା କଥା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ।
୨୦୨୧ ଜୁଲାଇ ସୁର୍ଦ୍ଧା ଭାରତ ୨୫ ରୁ ୩୦ କୋଟି ଲୋକଙ୍କ ପାଇଁ ୪୦ ରୁ ୫୦ କୋଟି ଟିକା କିଣିବ । ଆଉ ଅବଶିଷ୍ଟ ଟିକା ପରବର୍ତ୍ତୀ ସମୟରେ କିଣିବ ବୋଲି କୁହାଯାଇଛି । ପ୍ରଥମ ପର୍ଯ୍ୟୟରେ ଏହି ଟିକା ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି , ସ୍ୱାସ୍ଥ୍ୟକର୍ମୀ , ଡ଼ାକ୍ତର ,ନର୍ସ ଏବଂ ଜରୁରୀ ସେବା ଯୋଗାଉ ଥିବା କର୍ମଚାରୀଙ୍କୁ ପ୍ରଦାନ କରାଯିବ ।