ନୁଆଦିଲ୍ଲୀ(ଏଟିଆର ବ୍ୟୁରୋ):କେନ୍ଦ୍ର ସରକାର ବିଭିନ୍ନ ଅନଲାଇନ ଗେମ ଆପର ଠକେଇ ମାମଲା ସାମ୍ନାକୁ ଆସିବା ପାରେ ଏହାକୁ ରୋକିବା ପାଇଁ କାର୍ଯ୍ୟର୍ନୁଷ୍ଠାନ ନେଇଛନ୍ତି । ଫେକ୍ ଗେମିଂ ଆପ୍ଲିକେସନ ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ଆଇନ୍ ଆଣିବାକୁ ଯାଉଛନ୍ତି ।
୧୮ ବର୍ଷରୁ କମ୍ ବୟସ୍କମାନେ କୋଣସି ‘ଅନ୍ଲାଇନ୍ ଗେମିଙ୍ଗ୍ ଫର୍ ରିଅଲ୍ ମନି ଉଇନିଙ୍ଗ୍’ ଆଦି ଗେମ୍ରେ ଭାଗ ନେଇଥିବା କଥା ଏହି ବିଜ୍ଞାପନରେ ଉଲ୍ଲେଖ କରାଯିବ ନାହିଁ । ଏପରି ଅନେକ ଆପ୍ ଅଛି ଯେଉଁଥିରେ ଜୁଆ ଖେଳ ହୁଏ । ଟଙ୍କା କାରବାର ହୁଏ ।
ଏହି ନିୟମ ଆସନ୍ତା ୧୫ ତାରିଖରୁ ଲାଗୁ ହେବ । ଖବର କାଗଜକୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଡିଓ ଭିଜୁଆଲରେ ମଧ୍ୟ ସାଧାରଣ ସ୍ୱରରେ ଓ ସମାନ ଭାଷାରେ ଏହି ବିଜ୍ଞାପନ ପ୍ରସାରଣ କରାଯାଇ ପାରିବ ।
ଅନ୍ଲାଇନ୍ ଗେମ କୁ ଉପାର୍ଜନର ସୁଯୋଗ, କର୍ମସଂସ୍ଥାନର ବିକଳ୍ପ କିଂବା ଏହି ଗେମ୍ ଖେଳୁଥିବା କୌଣସି ବ୍ୟକ୍ତି ଅନ୍ୟମାନଙ୍କ ଠାରୁ ଅଧିକ ସଫଳ ବୋଲି ମଧ୍ୟ ଏଥିରେ ଉଲ୍ଲେଖ କରାଯିବ ନାହିଁ।