ଭୁବନେଶ୍ବର (ଏଟିଆର ବ୍ୟୁରୋ): ଆଜି ପବିତ୍ର ପ୍ରଥମାଷ୍ଟମୀ। ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଇଥାଏ ଏହି ପର୍ବ। ସେହିପରି ଶ୍ରୀନ୍ଦିରରେ ବି ଆଜି ପ୍ରଥମାଷ୍ଟମୀ ପାଳିତ ହେଉଛି। ପୋଢୁଆଁ ହେବେ ବଡ ଠାକୁର। ମହାପ୍ରଭୁଙ୍କ ମହାସ୍ନାନ ପରେ ନୂଆ ଲୁଗା ଲାଗି କରାଯିବ। ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ନୀତି ବଢିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ବାରା ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ। ଏହି ନୀତି ସମ୍ପନ୍ନ ହେବା ପରେ ପାଳିଆ ପୁଷ୍ପାଳକଙ୍କ ଦ୍ବାରା ନୂଆ ଲୁଗା ଲାଗି କରାଯାଇଥାଏ। ଏହାପରେ ଫୁଲୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବଡଠାକୁରଙ୍କୁ ବନ୍ଦାପନା କରାଯାଇଥାଏ।
ସେପଟେ ବଡଠାକୁରଙ୍କ ପୋଢୁଆଁ ପାଇଁ ପ୍ରତିବର୍ଷ ଭଳି ମାମୁଁ ଘର ନିଆଳି ମାଧବାନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଛି ପୋଢୁଆଁ ଭାର। ଏହି ଭାରରେ ମହାପ୍ରଭୁଙ୍କ ପାଇଁ ଖଣ୍ଡୁଆ ପାଟ,ଅରୁଆ ଚାଉଳ, ବିରି ନଡିଆ, ଗୁଡ, କଦଳୀ ଆଦି ଜିନିଷ ମାନ ଆସିଛି।
ସେହିପରି ଓଡିଆ ଘରର ପ୍ରଥମାଷ୍ଟମୀ ଏକ ବଡ ପର୍ବ। ଘରର ବଡ ପୁଅ ଏବଂ ଝିଅଙ୍କ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ନିକଟରେ ବାପା-ମା ପୂଜାର୍ଚ୍ଚନା କରିଥାନ୍ତି।