ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କରୋନା ସଂକ୍ରମଣକୁ ରୋକିବା ପାଇଁ ଫାଇଜର ପ୍ରସ୍ତୁତି କରିଥିବା ଟିକା କୁ ଆଉ ଏକ ସଫଳତା ମିଳିଛି । ତେବେ ବ୍ରିଟେନ ଓ କାନାଡା ପରେ ଏବେ ଆମେରିକାରେ ଫାଇଜର ଭ୍ୟାକସିନ କୁ ନେଇ ଅନୁମତି ମିଳିଛି । ଏହି କମିଟିରେ ବୈଜ୍ଞାନିକ ଓ ଡାକ୍ତରମାନେ ଯୋଗ ଦେଇଥିଲେ ।
ପ୍ରାଥମିକ ଅବସ୍ଥାରେ ଆମେରିକାରବିଶେଷଞ ଟିମ ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତିି । ଏହା ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଦ୍ୱାରା ଗଠନ କରାଯାଇଥିଲା । କମିଟିର ସଦସ୍ୟ ମାନଙ୍କ ମଧ୍ୟ ରୁ ୧୭ ଜଣ ଟିକାର ସପକ୍ଷରେ ଭୋଟ ଦେଇଥିବା ବେଳେ ୪ ଜଣ ଟିକାର ବିପକ୍ଷରେ ନିଜର ମତ ରଖିଥିଲେ ।
ଅନେକ ଦେଶ ଏବେ ଫାଇଜରକୁ ନେଇ ଆଗ୍ରହୀ ପ୍ରକାଶ କରିଥିବାରୁ କମ୍ପାନୀ ପକ୍ଷରୁ ଏହାର ତୃତୀୟ ପର୍ଯ୍ୟାୟ ପାଇଁ ଟ୍ରାଏଲ କରାଯାଇଛି । ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପରେ ବ୍ରିଟେନ , କାନାଡା , ଓ ସାଉଦି ଆରବରେ ଫାଇଜର ଟିକା ଲୋକଙ୍କୁ ଦିଆଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।