ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କରୋନା ମହାମାରୀ କାରଣରୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହେଇଛି । ଭାତର ଅର୍ଥନୀତି ଏଥିରୁ ବାଦ ପଡିନାହିଁ । ଚଳିତ ଆର୍ଥିକ ବର୍ଷରେ ଭାରତରେ ମୋଟ ଘରୋଇ ଜିଡିପି ୨୩.୯ କୁ ହ୍ରାସ ପାଇଥିଲା । ଏଭଳି ସ୍ଥିତିରେ ଭାରତୀୟ ଅର୍ଥବ୍ୟବସ୍ଥା କୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବେଶ ଆଶାବାଦି ରହିଛି ।
ଭାରତର ଆର୍ଥିକ ସୁଧାର ପ୍ରକ୍ରିୟା ଆଶାଠାରୁ ଅଧିକ ହେବ ବୋଲି ଆନ୍ତର୍ଜାତୀୟ ଏଜେନ୍ସି ଗୁରୁବାର ପ୍ରକାଶ କରିଛି । ଏବଂ ସେ ଏହା ମଧ୍ୟ କହିଛି , ଭାରତ ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ଟ୍ରାକକୁ ଫେରୁଛି । ୨୦୨୦ -୨୦୨୧ ରେ ଘରୋଇ ବଜାରରେ ଜିଡିପି ୮% ଖସିବ ବୋଲି ଏହା ମତ ରଖିଛି ।
ଏଜେନ୍ସି କହିଛି ଯେ, ଦେଶର ଜିଡିପି ୯% ଖସିବ । ବର୍ତ୍ତମାନ ଏହା ଜିଡିପି ଅନୁମାନରେ ସାମାନ୍ୟ ପରିବର୍ତ୍ତନ କରିଛି । ୨୦୨୧-୨୨ ରେ ଭାରତ ୮% ଅଭିବୃଦ୍ଧି ହାସଲ କରିବ ବୋଲି ଏହି ଏଜେନ୍ସି ଏହାର ଏସିଆନ ଡେଭଲପଏଣ୍ଟଆଉଟଲୁକ ରିର୍ପୋଟରେ ପ୍ରକାଶ କରିଛି ।