ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମା’ ଲକ୍ଷ୍ମୀଙ୍କୁ ପ୍ରଶନ୍ନ କରିବା ପାଇଁ ବିଭିନ୍ନ ମାନ୍ୟତା ପରିଚାଳିତ ହୋଇ ଆସୁଛି । ଯେଉଁ ଘର ମାନଙ୍କରେ ଏହି ସବୁ ମାନ୍ୟତାକୁ ପାଳନ କରାଯାଇଥାଏ, ସେଠାରେ ମା’ଲକ୍ଷ୍ମୀଙ୍କ ସହିତ ସମସ୍ତ ଦେବା ଦେବୀଙ୍କର କୃପା ରହିଥାଏ । ମହାଭାରତର ଦ୍ୱିତୀୟ ଖଣ୍ଡରେ ମହାଲକ୍ଷ୍ମୀ ଏବଂ ଇନ୍ଦ୍ରଙ୍କର ଏକ ପ୍ରସଙ୍ଗ ରହିଛି । ଏହି ପ୍ରସଙ୍ଗରେ ମା’ ଲକ୍ଷ୍ମୀ ଇନ୍ଦ୍ରଦେବଙ୍କୁ କହୁଛନ୍ତି ଯେ ସେ କେଉଁ ଲୋକଙ୍କ ଘରେ ବାସ କରନ୍ତି ଆଉ କେଉଁ ଲୋକଙ୍କ ଘରେ ବାସ କରନ୍ତି ନାହିଁ । ଏହାସହିତ ଅନେକ କିଛି ଏହି ପ୍ରସଙ୍ଗରେ ରହିଛି ।
– ଯେଉଁ ଲୋକ ସର୍ବଦା ରାଗି ହୋଇଥାନ୍ତି ଏବଂ ଅନ୍ୟକୁ ଖରାପ କହିଥାନ୍ତି ସେମାନଙ୍କ ଉପରେ ମା’ ଲକ୍ଷ୍ମୀ ରାଗି ଯାଇଥାନ୍ତି । ଯେଉଁ ବ୍ୟକ୍ତି ପଦେ ମିଠା ବଚନ କହୁଥିବ, ସମସ୍ତ କର୍ତ୍ତବ୍ୟ କରୁଥିବ, ଭଗବାନଙ୍କ ଭକ୍ତି କରୁଥିବ ସେହି ବ୍ୟକ୍ତିଙ୍କ ଘରେ ମା’ ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି ।
– ଯେଉଁ ବ୍ୟକ୍ତି ବଡ ତଥା ମାତା ପିତାଙ୍କର ଅନାଦର କରିଥାନ୍ତି ସେମାନଙ୍କଠାରେ ମା’ କଦାପି ପ୍ରଶନ୍ନ ହୁଅନ୍ତି ନାହିଁ । ଯେଉଁ ବ୍ୟକ୍ତି ଅନ୍ୟକୁ କ୍ଷମା କରିଥାଏ, ଦାନ ଦେଇଥାଏ, ଗୁରୁଙ୍କ ସେବା କରୁଥାଏ ସେହି ବ୍ୟକ୍ତିଙ୍କ ଘରେ ମା’ଙ୍କ କୃପା ରହିଥାଏ ।
– ଯେଉଁ ବ୍ୟକ୍ତି ଥାଳିରେ ଖାଦ୍ୟ ଛାଡି ଥାଏ, ସେମାନଙ୍କଠାରେ ଲକ୍ଷ୍ମୀଙ୍କ କୃପା ମିଳିନଥାଏ ।
– ଯେଉଁ ଘରେ ଅତିଥି ମାନଙ୍କର ସ୍ୱାଗତ କରାଯାଏ । ତାଙ୍କର ସୁଖ ସୁବିଧାକୁ ଧ୍ୟାନରେ ରଖାଯାଏ । ସେହି ବ୍ୟକ୍ତିଙ୍କ ଘରେ ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି ।
– ଯେଉଁ ଘରେ ପତୀ-ପତ୍ନୀ ଦୁହିଁଙ୍କୁ ସମ୍ମାନ ଦେଇଥାନ୍ତି ସେଠାରେ ଲକ୍ଷ୍ମୀ ବାସ କରିଥାନ୍ତି । ଯଦି ପତୀ-ପତ୍ନୀଙ୍କ ମଧ୍ୟରୁ କିଏ ଅଧର୍ମ କରେ ତେବେ ମା’ ଲକ୍ଷ୍ମୀ ସେହି ଘର ଛାଡି ଚାଲି ଯାଆନ୍ତି ।
– ଯେଉଁ ଘରେ ସୂର୍ଯ୍ୟଦୟ ପରେ ବିଛଣା ପଡି ରହିଥାଏ, ସେହି ଘରେ ଲକ୍ଷ୍ମୀ ରୁହନ୍ତି ନାହିଁ ।
– ଯେଉଁ ଘର ସଫା ସୁତରା ନଥାଏ ତାହାଦ୍ୱାରା ମଧ୍ୟ ଲକ୍ଷ୍ମୀ ଘର ଛାଡି ପଳାଇଥାନ୍ତି ।