ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାରା ରାଜ୍ୟରେ ତାପମାତ୍ରା ବଢୁଥିବା ବେଳେ ଏବେ ଶୀତ କମିଛି । ରାଜ୍ୟର ଜିଛି ଜିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ମଧ୍ୟ ଦେଖିବାକୁ ମିଳୁଛି ।ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ଏବେ ୨ରୁ ୩ ଡିଗ୍ରୀ ଅଧିକ ରହିଛି ।
ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରାରେ କୈାଣସି ପରିବର୍ତ୍ତନ ହେବ ନାହିଁ । ଉପକୂଳ ଓଡିଶାର କିଛି କିଛି ଜିଲ୍ଲା କୁ ଘନ କୁହୁଡି ପାଇଁ ସତର୍କ କରାଯାଇଛି ।ଉତ୍ତର- ପଶ୍ଚିମ ଜିଲ୍ଲାଗୁଡିକରେ ୧୬ ତାରିଖ ଆଡକୁ ସ୍ୱଳ୍ପ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।
କଟକ, କେନ୍ଦୁଝର , ନୟାଗଡ, କୋରାପୁଟ, ମାଲକାନଗିରି, ଓ ନୟାଗଡ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡିଥିଲା । ତେବେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୨ ଡିଗୀ ରେକର୍ଡ କରାଯାଇଥିଲା ।୧୮ ଓ ୧୯ ତାରିଖ ଆଡକୁ ରାଜ୍ୟର ପାରଦ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ।
ଓଡିଶାର ଜିଲ୍ଲା ଗୁଡିକ ଯଥା ବରଗଡ, ସମ୍ବଲପୁର, ଓ କେନ୍ଦୁଝର, ସୁନ୍ଦରଗଡ, ଆଦି ଜିଲ୍ଲାରେ ଅଳ୍ପ ବର୍ଷା ହେବ । ତେବେ ଅବଶିଷ୍ଟ ଜିଲ୍ଲାରେ ପାଗ ଶୁଖିଲା ରହିବ । ଆସନ୍ତା କାଲି ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।