ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା କଟକଣା ମଧ୍ୟରେ ଦୀର୍ଘ ୯ ମାସ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବା ପରେ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି ମନ୍ଦିର । ଆସନ୍ତା ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ୨୩ ତାରିଖରୁ ପୁରୀ ଶ୍ରୀ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ୨୭ ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତ ନିଆଯାଇଛି ।
ଆସନ୍ତା ୨୭ ରୁ ୩୧ ପର୍ଯ୍ୟନ୍ତ ମନ୍ଦିର ସେବାୟତଙ୍କ ପରିବାର ଲାଗି ମନ୍ଦିର ଖୋଲାରହିବ । ଜାନୁଆରୀ ୧ ଓ ୨ ରେ ମନ୍ଦିର ବନ୍ଦ ରହିବ । ୩ ତାରିଖରୁ ଭକ୍ତଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ସୁଯୋଗ ପାଇବେ ।
ଜାନୁଆରି ୬ ତାରିଖରୁ ସର୍ବସାଧାରଣଙ୍କ ପାଇଁ ତଥା ବାହାର ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ । ମନ୍ଦିର ଭିତରକୁ ଦର୍ଶନ ପାଇଁ ଯିବା ସମୟରେ ସାମାଜିକ ଦୁରତା ପ୍ରତି ଯଥେଷ୍ଟ ଦୃଷ୍ଟି ଦେବା ସହ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂକକ ।
କୋଭିଡ ୧୯ ଥିବା ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ ନାହିଁ । କମିସନରେଟ ପୋଲିସ ଓ ମନ୍ଦିର ପ୍ରଶାସନର ସହଯୋଗରେ ଦର୍ଶନ ପାଇଁ ମନ୍ଦିର ବାହାର ଠାରୁ ବେଢା ଭିତର ପର୍ଯ୍ୟନ୍ତ ବ୍ୟାରିକେଡ୍ କଟକଣା ରହିବ ।
ସେହିପରି ଜାନୁଆରି ୩ରୁ ରାଜଧାନୀର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି