ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ କରୋନା ଯୋଦ୍ଧାଙ୍କୁ ମିଳିବ କରୋନା ଟିକା । ପ୍ରଥମ ପର୍ଯ୍ୟାୟରେ କୋଭିଡ଼ ଯୋଦ୍ଧା ଓ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ । ଏନେଇ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।
ତେବେ ରାଜ୍ୟରେ ୩ ଟି ପର୍ଯ୍ୟାୟଭୁକ୍ତ ଯୋଦ୍ଧାଙ୍କୁ ଏହି ଟିକା ମିଳିବ ବୋଲି କୁହାଯାଇଛି । ପ୍ରଥମେ ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମା, ଆଦିଙ୍କୁ ମିଳିବ ମାଗଣା ଟିକା ଓ ଏହା ପରେ ପୈାର ,ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ମିଳିବ ମାଗଣା ଟିକା । ଦେଶରେ ୩୦ କୋଟି ଲୋକଙ୍କୁ ଏହି ମାଗଣ ।ଟିକା ଦେବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି ।
ତେବେ ଜାନୁଆରୀ ମାସରୁ ଏହି ଟିକାକରଣ ଆରମ୍ଭ ହେବ ବୋଲି ଆଶାପ୍ରକାଶ କରାଯାଇଛି ।