ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି ।ଭୂକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇଯାଇଛନ୍ତି । ଗୁରୁବାର ରାତି ପ୍ରାୟ ୧୧.୪୫ ମିନିଟ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରେକ୍ଟର ସେଲରେ ଏହି ଭୂମିକମ୍ପର ତ୍ରୀବ୍ରତା ୪.୨ ରହିଥିଲା ବୋଲି ଜଣାପଡିଥିଲା ।
ଏହି ଭୁମିକମ୍ପର ଉତ୍ପତ୍ତିସ୍ଥଳ ହେଉଛି ଆଲୱାର । ଏହି ଭୁମିକମ୍ପ ଯୋଗୁଁ କାହାର କିଛି କ୍ଷୟକ୍ଷତି ହୋଇନ ଥିବାର ସୂଚନା ମିଳିନାହିଁ ।
ଏହା ପୂର୍ବରୁ ଡିସେମ୍ବର ୨ ରେ ଦିଲ୍ଲୀ ଏନସିଆରରେ ସାମାନ୍ୟ ଭୁକମ୍ପ ଅନୁଭୂତ ହୋଇଥିଲା । ଯାହାର ରେକ୍ଟର ସେଲରେ ତୀବ୍ରତା ୨.୭ ଥିଲା ।ଚଳିତବର୍ଷ ଦିଲ୍ଲୀ ଏନସିଆରରେ ଅନେକ ଥର ଭୂମିକମ୍ପ ଅନୁଭୂତ ହୋଇଛି ।
ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଯେକୈାଣସି ସମୟରେ ଏକ ବଡ ଭୁମିକମ୍ପ ହୋଇପାରେ ।ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନ ଓ ମଣିପୁରରେ ମଧ୍ୟ ଭୁମିକମ୍ପ ହୋଇଛି । କେବଳ ଦିଲ୍ଲୀ ନୁହେଁ , ଗାଜିଆବାଦରେ ମଧ୍ୟ ଭୁକମ୍ପ ଅନୁଭୁତ ହୋଇଛି ।