ସୁରଟ(ଏଟିଆର ବ୍ୟୁରୋ): ଅଢେଇ ବର୍ଷର ଶିଶୁ ବଞ୍ଚାଇଲା ୭ ଜୀବନ ।ନିଜ ଜୀବନକୁ ବାଜି ଲଗାଇ ସେ ବଞ୍ଚାଇଛି ଆଉ ୭ ଜଣଙ୍କର ଜୀବନ । ଶିଶୁଟିର ନାମ ହେଉଛି ଯଶ ଓଝା । ଓଝା ଭଟର ଅଞ୍ଚଳ ସ୍ଥିତ ନିଜ ପଡୋଶୀ ଘରେ ଖେଳୁଥିବା ବେଳେ ସେ ଦ୍ୱିତୀୟମହଲା ବାଲକୋନିରୁ ପଡି ଯାଇଥିଲେ ।ତେବେ ଏହି ସମୟରେ ଶିଶୁଟିର ମସ୍ତିଷ୍କରେ ଆଘାତ ଲାଗିଥିବା ବେଳେ ଡାକ୍ତର ତାଙ୍କୁ ବ୍ରେନ ଡେଡ ଘୋଷଣା କରିଥିଲେ ।
ଏହାପରେ ଶିଶୁଟିର ଅଙ୍ଗଦାନ କରିବା ପାଇଁ ଓଝାଙ୍କ ବାପା ମା ନିଷ୍ଫତ୍ତି ନେଇଥିଲେ । ଓଝାଙ୍କ ମୃତ୍ୟୁ ହେବାର କିଛି ସମୟ ପୂର୍ବରୁ ସେ ପିଲାଟିର ହୃତପିଣ୍ଡ , କିଡନୀ, ଫୁସଫୁସ, ଲିଭର , ଓ ଆଖି ଦାନ କରିଛନ୍ତି । ସବୁଠାରୁ କମ ବୟସରେ ଅଙ୍ଗଦାନ କରିବାରେ ଯଶ ଓଝା ରେକର୍ଡ କରିଛନ୍ତି ।
ଯଶଙ୍କର ଫୁସଫୁସ ଓ ହୃତପିଣ୍ଡ କୁ ବିମାନରେ ଚେନ୍ନାଇ ପଠାଯାଇଥିଲା । ଏବଂ ଋୁଷିଆର ୪ ବର୍ଷର ଶିଶୁ ଶରୀରରେ ତାଙ୍କ ହୃତପିଣ୍ଡ ପ୍ରତିରୋପଣ କରାଯାଇଥିବା ବେଳେ ଫୁସଫୁସ ଓ ୟୁକ୍ରେନ ମଧ୍ୟ ଆଉ ଜଣେ ୪ ବର୍ଷର ଶିଶୁର ଶରୀରରେ ପ୍ରତିରୋପଣ କରାଯାଇଛି । ଏହି ଦୁଇଟିଯାକ ଚେନ୍ନାଇ ର ଏକ ହସ୍ପିଟାଲରେ ପ୍ରତିରୋପଣ କରାଯାଇଛି ।
ସେହିପରି ଯଶଙ୍କର କିଡନୀ ଦୁଇଟିକୁ ଜଣେ ୧୩ ବର୍ଷର ଝିଅ ଓ ଆଉ ଜଣେ ୧୭ ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଛି । ଯଶଙ୍କ ଲିଭର ପ୍ରତିରୋପଣ କରି ୨ ବର୍ଷର ଝିଅର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ବୋଲି ଡାକ୍ତର କହିଛନ୍ତି ।