ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମ ଧର୍ମଗ୍ରନ୍ଥରେ ମାତା ଲକ୍ଷ୍ମୀଙ୍କୁ ଧନ ସମୃଦ୍ଧିର ଦେବୀ ବୋଲି କୁହାଯାଇଥାଏ । ତାଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ଏବଂ ଆଦିଶକ୍ତି ବି କୁହାଯାଏ । ଧନ ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ବିଭିନ୍ନ ଉପାୟମାନ କରିଥାନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ କ୍ଷମତା ଅନୁସାରେ ମାତା ଲକ୍ଷ୍ମୀଙ୍କୁ ପ୍ରସାଦ ଚଢାଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ପ୍ରସାଦ ଚଢାଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ।
– ନଡିଆକୁ ଶ୍ରୀଫଳ ବୋଲି କୁହାଯାଏ । ସେଥିପାଇଁ ମାତା ଲକ୍ଷ୍ମୀଙ୍କୁ ନଡିଆ ଲଡୁ, କଞ୍ଚା ନଡିଆ ଏବଂ ଜଳ ଭରା ନଡିଆ ଅର୍ପଣ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
– ମା’ଲକ୍ଷ୍ମୀଙ୍କର ପ୍ରିୟ ଫଳ ମଧ୍ୟରେ ସିଂଘଡା ଅନ୍ୟତମ । ପାଣିରେ ହୋଇଥିବା ଏହି ଫଳ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ । ସେଥିପାଇଁ ମା’ଙ୍କଠାରେ ଏହି ଫଳ ଭୋଗ ଲଗାଇବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ।
– ସେହିପରି ମାତା ଲକ୍ଷ୍ମୀଙ୍କର ପ୍ରିୟ ହେଉଛି ପାନ । ସେଥିପାଇଁ ପୂଜା ପରେ ଦେବୀଙ୍କୁ ପାନ ଭୋଗ ନିହାତି ଭାବେ ଚଢାନ୍ତୁ ।