ନୁଆଦିଲ୍ଲୀ(ଏଟିଆର ବ୍ୟୁରୋ):ପିଆଜ ଦର କମାଇବା ଲକ୍ଷ୍ୟ ନେଇ ଏହାର ଆମଦାନୀ ନିୟମକୁ ସରକାର କୋହଳ କରିଛନ୍ତି । ୨୦୨୧ ଜାନୁଆରି ୩୧ ପର୍ଯ୍ୟନ୍ତ ଆମଦାନି ନିୟମ କୋହଳ ରହିବ ।ଯାହା ଫଳରେ ଅତି ସୁବିଧାରେ ଓ କମ ଦାମରେ ଦେଶ ଭିତରକୁ ପିଆଜ ଆସିପାରିବ ଓ ଲୋକମାନେ ସୁଲଭ ମୂଲ୍ୟରେ ପିଆଜ କିଣିପାରିବେ ।
ବାହାରୁ ଆମଦାନୀ ହେଇ ଆସୁଥିବା ପିଆଜକୁ ଭଲ ଭାବେ ପରୀକ୍ଷା ନିରୀକ୍ଷା କରିବା ପରେ ହିଁ ବଜାରକୁ ଛଡାଯିବ । ଗତ ଅକ୍ଟୋବର ୩୧ ଠାରୁ ପିଆଜ ନିୟମ କୋହଳ କରାଯାଇଥିଲା । ସେହି ସୁବିଧାକୁ ଜାନୁଆରି ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଦେଶ ଭିତରକୁ ଯେତେ ପିଆଜ ଆସିବ ତାହାକୁ କ୍ବାରାଣ୍ଟିନ୍ ଅଧିକାରୀ ପ୍ରଥମେ ଯାଞ୍ଚ କରିବେ ।ପିଆଜରେ ପଚାସଢା ଥିଲେ ତାହାକୁ ଆଗ୍ରାହ୍ୟ କରି ଫେରାଇ ଦିଆଯିବ । ଯଦି ପିଆଜରେ କୈାଣସି ପୋକ ବାହାରିବ ତାହାକୁ ବିଶୋଧନକାଳରେ ବାଦ ଦେଇ ଭଲ ପିଆଜକୁ ବଜାରକୁ ଛାଡିବ । ତେବେ ଏହି କ୍ଷତି ପାଇଁ ନିରୀକ୍ଷଣ ବାବଦ ଖର୍ଚ୍ଚ ଦେବାକୁ ପଡିବ ।
କେତେକ ସ୍ଥାନରେ ନୂତନ ପିଆଜ ବଜାରକୁ ଆସିବା ଆରମ୍ଭ ହୋଇଗଲାଣି। ସେଥିପାଇଁ ଦିଲ୍ଲୀରେ ପିଆଜର କିଲୋ ପିଛା ଦାମ୍ ୪୦ ଟଙ୍କାରୁ କମ୍ ସ୍ତରରେ ରହିଛି। ଅକ୍ଟୋବର ବେଳକୁ ପିଆଜ ଦାମ୍ ୬୦-୭୦ ଟଙ୍କା ଭଳି ସ୍ତରରେ ରହିଥିଲା। କେତେକ ସ୍ଥାନରେ ପିଆଜ ଦାମ୍ ୧୦୦ ଟଙ୍କା ପାଖାପାଖି ପହଞ୍ଚି ଯାଇଥିଲା