ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଏଣିକି କଠୋର ହେବ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା । ଆରଟିଓ ଅଫିସରେ ବିନା ପରୀକ୍ଷାରେ ମିଳିବନି ଲର୍ଣ୍ଣିଂ ଲାଇସେନ୍ସ । ପ୍ରତ୍ୟେକ ଆରଟିଓର ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହି କାର୍ଯ୍ୟକ୍ରମ ଶେଷ ହେବ ବୋଲି କୁହାଯାଇଛି ।
ଏଲ୍ଏଲ୍ପୂର୍ବରୁ ୧୦ ଟି ପ୍ରଶ୍ନ ପଚରାଯାଉଥିବା ବେଳେ ଏଣିକି ଏହାର ମାନ ବୃଦ୍ଧ କରାଯାଇ ୨୦ ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ରାଜ୍ୟର ୩୮ ଟି ଆଞ୍ଚଳିକ ଆରଟିଓରେ ସିସିଟିଭି କ୍ୟାମେରା ଲଗାଯିବା ସହ ଏହାର ଭିଡିଓ ଓ ଫୁଟେଜକୁ କଟକସ୍ଥିତ ରାଜ୍ୟ ପରିବହନ କତ୍ତୃପକ୍ଷଙ୍କ ନିକଟକୁ ପଠାଯିବ ।
ଏଲ୍ଏଲ୍ ଟେଷ୍ଟକୁ ଯିବା ପୂର୍ବରୁ କିଓସ୍କୋରେ ଥିବା ପ୍ରଶ୍ନପତ୍ର ସମ୍ପକରେ ପରୀକ୍ଷାର୍ଥୀମାନେ ଅବଗତ ରହିବା ଦରକାର ବୋଲି ଏସଟିଓ ପକ୍ଷରୁ କୁହାଯାଇଛି । ୨୦୨୧ ମାର୍ଚ୍ଛ ମାସ ସୁଦ୍ଧା ଟଚସ୍କ୍ରିନ୍ ର କମ୍ପ୍ୟୁଟର ପ୍ରତ୍ୟେକ ଆରଟିଓ ରେ ରହିବ ।