ମୁମ୍ବାଇ(ଏଟିଆର ବ୍ୟୁରୋ):ବଲିଉଡ ଅଭିନେତା ସୋନୁ ସୁଦ କରୋନା ମହାମାରୀ ସମୟରେ ଲୋକମାନଙ୍କୁ ସାହାର୍ଯ୍ୟ କରି ବେଶ ଚର୍ଚ୍ଚାରେ ଅଛନ୍ତି । ଭିଲିଆନ ଚରିତ୍ରରେ ଅଭିନୟ କରୁଥିବା ସୋନୁ ସୁଦ ଲକଡାଉନ ସମୟରେ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରି ହିରୋ ବନିଛନ୍ତି ।
ତାଙ୍କର ଏପରି ଅବଦାନ ଦେଖି ଫିଲ୍ମର ନିର୍ମାତା ତାଙ୍କୁ ଫିଲ୍ମରେ ହିରୋ ଚରିତ୍ର ପାଇଁ ଅଫର ଦେଇଛନ୍ତି । ସୋନୁ ସିମ୍ବା, ଆର ରାଜକୁମାର , ଅରୁନ୍ଧତୀ ଆଦି ଫିଲ୍ମରେ ସେ ଖଳନାୟକ ଭୂମିକା କରଛନ୍ତି । କିନ୍ତୁ ଏବେ ତାଙ୍କୁ ସବୁ ପ୍ରକାର ରୋଲ ମିଳୁଛି ବୋଲି ସେ କହିଛନ୍ତି ଏବଂ ସେ ନୁଆ ଚରିତ୍ରକୁ ଖୁବ ଭଲ ଭାବେ ଅଭିନୟ କରିବେ ବୋଲି ଆଶା କରିଛନ୍ତି ।
ଲକଡାଉନ ସମୟରେ ପ୍ରବାଶୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କ ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ସାହାର୍ଯ୍ୟ କରିଛନ୍ତି । ୨୦୨୦ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ବଦଳାଇ ଦେଇଛି ବୋଲି ସେ କହିଛନ୍ତି ।