ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ଶୀତର ଲହରି ଜାରି ରହିଛି ।ସକାଳୁ ପାରଦ ସର୍ବନିମ୍ନ ସ୍ତରକୁ ଖସୁଥିବା ବେଳେ ଅସମ୍ଭାଳ ଜାଡରେ ଥରୁଛନ୍ତି ଲୋକ । ବାଲେଶ୍ୱର , ବ୍ରହ୍ମପୁର, ରାଜଧାନୀରୁ ରାଉରକେଲା ରେ ସବୁଠି ଶୀତର ଲହରି ଦେଖିବାକୁ ମିଳୁଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଏହାକୁ ଦୃଷ୍ଟିରେ ରଖି ୫ ଟି ଜିଲ୍ଲା ତଥା ମୟୂରଭଞ୍ଜ , ସୁନ୍ଦରଗଡ, ବରଗଡ, ଝାରସୁଗୁଡା, ଓ ଅନୁଗୁଳ ଜିଲ୍ଲା ପାଇଁ ଅରେଞ୍ଜ ୱାଣ୍ଣିଂ ଜାରି କରିଛି । ୧୧ ଟି ଜିଲ୍ଲା ତଥା କୋରାପୁଟ , କନ୍ଧମାଳ , ବାଲେଶ୍ୱର , କେନ୍ଦୁଝର , ବୈାଦ୍ଧ, ସୋନପୁର , କଳାହାଣ୍ଡି , ନୁଆପଡା , ଢେଙ୍କାନାଳ , କଟକ, ଓ ଦେବଗଡ , ଆଦି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅତ୍ୟଧିକ ଶୀତ କାରଣରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।ଉତ୍ତର ଓ ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହିତ ହେଉଛି । ଫଳରେ ରାତିରେ ତାପମାତ୍ରା କମିବାରେ ଲାଗିଛି । ୨୨ ତାରିଖ ପାଇଁ ୨୧ ଟି ଜିଲ୍ଲା ଓ ୨୩ ରେ ୧୦ ଟି ଜିଲ୍ଲା ପାଇଁ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର ।
ଋବିବାର ୧୦ ଡିଗ୍ରୀ ତଳେ ୯ ଟି ସହର ରହିଥିବା ବେଳେ ଫୁଲବାଣୀ ରେ ତାପମାତ୍ରା ୫.୫, ବାରିପଦା ୮.୫ , ଅନୁଗୁଳ ଓ କୋରାପଟରେ ୮.୬, ଭବାନୀପାଟଣାରେ ୯.୨ , ବଲାଙ୍ଗୀରରେ ୯.୪ , କେନ୍ଦୁଝରରେ ୯.୫ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ରହିଥିଲା ।