ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ସହ ଲଢୁଛି ସାରା ବିଶ୍ୱ । ସେହିପରି କିଛି ଦେଶରେ ଟୀକା ପ୍ରସ୍ତୁତି ଚାଲିଥିବା ବେଳେ ଆଉ କିଛି ଦେଶରେ ଟୀକାକରଣ ମଧ୍ୟ ଆରମ୍ଭ ହୋଇଗଲାଣି । କିନ୍ତୁ ଏହାରି ମଧ୍ୟରେ ବ୍ରିଟେନ ସମେତ ଛଅ ଦେଶରେ କରୋନାର ନୂତନ ରୂପ ଏବେ ଅଧିକ ଚିନ୍ତା ବଢାଇଛି । କରୋନାର ଏହି ଦ୍ୱିତୀୟ ରୂପ ବ୍ରିଟେନ ପରେ ନେଦରଲାଣ୍ଡ, ଡେନମାର୍କ, ଅଷ୍ଟ୍ରେଲିଆ, ଇଟାଲି, ଏବଂ ଦକ୍ଷୀଣ ଆଫ୍ରିକାରେ ଆତଙ୍କ ରଚୁଛି ।
ସବୁଠାରୁ ବଡ କଥା ହେଉଛି କରୋନାର ଏହି ଦ୍ୱିତୀୟ ରୂପ ୭୦ ପ୍ରତିଶତ ଅଧିକ ବେଗରେ ବ୍ୟାପୁଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପକ୍ଷରୁ ବ୍ରିଟେନରୁ ଆସିବାକୁ ଥିବା ସମସ୍ତ ବମାନ ଉପରେ ୨୨ ଡିସେମ୍ବର ରାତି ୧୧.୫୯ ରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି । ସେହିପରି ୨୨ ଡିସେମ୍ବର ରାତ ପର୍ଯ୍ୟନ୍ତ ଆସୁଥିବା ଯାତ୍ରୀଙ୍କୁ ବିମାନବନ୍ଦରରେ କରୋନା ଟେଷ୍ଟ କରାଯିବ । ଏହାପରେ କରୋନା ରିପୋର୍ଟ ନେଗେଟିଭ ଥିବା ଯାତ୍ରୀଙ୍କୁ ବି ଏକ ସପ୍ତାହ ପାଇଁ ହୋମ ଆଇସୋଲେସନରେ ରହିବାକୁ ହେବ ।
ଏହି ଭାଇରସ ନିଜ ରୂପ ବଦଳାଇବାରେ ଲାଗିଛି । ଏହା ଦ୍ରୁତ ଭତିରେ ବ୍ୟାପିବାରେ ଲାଗିଛି । କରୋନାର ଗୋଟେ ରୂପକୁ ବୈଜ୍ଞାନକମାନେ ଏପର୍ଯ୍ୟନ୍ତ ଚିହ୍ନି ପାରୁନଥିବା ବେଳେ ଏବେ ଏହାର ଆଉ ଏକ ରୂପ ସାମ୍ନାକୁ ଆସିଛି । ବ୍ରିଟେନରେ ମିଳିଥିବା କରୋନା ଭାଇରସର ନୂତନ ରୂପକୁ ବି.୧.୧.୭ ନାମ ଦିଆଯାଇଛି ।