ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ବିଭିନ୍ନ ସ୍ଥାନରେ ବାୟୁପ୍ରଦୂଷଣ ଦେଖିବାକୁ ମିଳୁଛି । ବାୟୁ ପ୍ରଦୂଷଣ ଯୋଗୁ ଦେଶର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡୁଛି । । ୨୦୧୯ ରେ ଭାରତରେ ପ୍ରଦୂଣେ କାରଣରୁ ୧୬ ଲକ୍ଷ ୭୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଦେଶର ମୋଟ ମୃତ୍ୟୁ ସଂଖ୍ୟାର ଏହା ହେଉଛି ୧୮ ପ୍ରତିଶତ ।
ଭାରତରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ବାୟୁ ପ୍ରଦୂଷଣ କାରଣରୁ ହୋଇଛି ବୋଲି ଜଣାପଡିଛି । ଅର୍ଥାତ ୧୭ ଲକ୍ଷ ଲୋକ କେବଳ ବାୟୁ ପ୍ରଦୂଷଣ କାରଣରୁ ମୃତ୍ୟୁବରଣ କରିଛନ୍ତି । ୨୦୧୭ ତୁଳନାରେ ୨୦୧୯ ରେ ପ୍ରଦୂଷଣ ଜନିତ ମୃତ୍ୟୁର ହାର ଅଧିକ ରହିଛି । ୨୦୧୭ ରେ ୧୨ ଲକ୍ଷ ୪୦ ହଜାର ଲୋକଙ୍କ ମୃତ୍ୟୁ ପ୍ରଦୂଷଣ କାରଣରୁ ହୋଇଛି ବୋଲି ରିପୋର୍ଟରୁ ଜଣାପଡିଛି । ୨୦୧୭ ରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧୨.୫ ପ୍ରତିଶତ ରହିଥିଲା ।
ପ୍ରଦୂଷଣ କାରଣରୁ ପୁଲମୋନାରୀ ସମସ୍ୟା, ରେସ୍ପିରାଟୋରୀ ସଂକ୍ରମଣ ,ଫୁସଫୁସ କର୍କଟ , ହାଟ, ସମସ୍ୟା, ସ୍ନାୟୁ ସମସ୍ୟା , କାଟାରାକ୍ଟ ଆଦି ସମସ୍ୟା ଦେଖିବାକୁ ମିଳୁଛି । ଘର ଭିତରେ ପ୍ରଦୂଷଣର ମାତ୍ରା ୧୯୯୦ ରୁ ୨୦୧୯ ମଧ୍ୟରେ ହ୍ରାସ ପାଉଛି । ପ୍ରଦୂଷଣ ତାଲିକାରେ ନୁଆଦିଲ୍ଲୀ , କୋଲକତା , ମୁମ୍ବାଇ , ଶୀର୍ଷରେ ରହିଛି । ନୂଆଦିଲ୍ଲୀରେ ପବାୟୁ ପ୍ରଦୂଶଣ ଅଧିକ ସଂଙ୍କଟ ଜନକ ରହିଛି ।