ଭୂବନେଶ୍ୱର(ଏଟିଆର ବ୍ୟୁରୋ):ରାଉରକେଲା ସହରରେ ହେବ ବିଶ୍ୱର ସର୍ବ ବୃହତ୍ତମ ହକି ଷ୍ଟାଡିୟମ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ତେବେ ସୁନ୍ଦରଗଡବାସୀଙ୍କ ଖୁସି କହିଲେ ନସରେ । ୨୦୨୩ ହକି ବିଶ୍ୱକପ ମ୍ୟାଚରେ ଏହା ଆୟୋଜିତ କରିବ ।
ରାଉରକେଲାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ହକି ଷ୍ଟାଡିୟମ ନିର୍ମାଣ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଏହା ଘୋଷଣା କରିଛନ୍ତି ।
ଏହି ଷ୍ଟାଡିୟମରେ ଏକକାଳୀନ ୨୦ ହଜାରରୁ ଅଧିକ ଲୋକ ବସିବାର କ୍ଷମତା ରହିଛି । ୧୫ ଏକର ପରିମିତ ଅଞ୍ଚଳରେ ଏହି ଷ୍ଟାଡିୟମ ତିଆରି ହେବ । ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏହା ଓଡିଶାର ସବୁଠାରୁ ବଡ ଷ୍ଟାଡିୟମ ହେବ ବୋଲି କୁହାଯାଇଛି ।
ଏହି ନୂଆ ଷ୍ଟାଡିୟମରେ ବିଶ୍ୱକପ୍ ମ୍ୟାଚ ନୂଆ ପିଢି ହକି ଖେଳାଳିଙ୍କୁ ପ୍ରେରଣା ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସୁନ୍ଦରଗଡ ହେଉଛି ହକି ପ୍ରତିଭାର ଏନ୍ତୁଡିଶାଳା । ସୁନ୍ଦରଗଡ ଦେଶକୁ ଅନେକ ହକି ପ୍ରତିଭା ଦେଇଥିବା ସହ ସେମାନେ ଜାତୀୟ ସ୍ତରରେ ମଧ୍ୟ ଦେଶ ପାଇଁ ଗୈାରବ ଆଣିଛନ୍ତି ।
୨୦୧୮ ମସିହାରେ କଳିଙ୍ଗ ଷ୍ଟାଡିୟମରେ ହକି ୱାଲର୍ଡ କପ ଅନୁଷ୍ଠିତ ହୋଇଥିଲା । ଯାହାପରେ ଓଡିଶାକୁ ପୁଣିଥରେ ହକି ଖେଳିବା ପାଇଁ ସୁଯୋଗ ମିଳିଛି ।