ପୁରୀ(ଏଟିଆର ବ୍ୟୁରୋ): କରୋନା ମହାମାରୀ କାଳରେ ଦୀର୍ଘ ୯ ମାସପରେ ଏହାର ଅନ୍ତ ଘଟିଛି ।ଆଜିଠୁ ମହାପ୍ରଭୁଙ୍କ ଦର୍ଶକ କରିବେ ପୁରୀବାସୀ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ସକାଳୁ ଚଳଚଞ୍ଚଳ ହୋଇପଡିଛି ପୁରୀସହର ।
ପ୍ରଥମେ ଡିସେମ୍ବର ୨୩ ରୁ ଶ୍ରୀମନ୍ଦିର ଖୋଲିବା ପରେ ସେବାୟତଙ୍କ ପରିବାର ଠାକୁରଙ୍କୁ ଦର୍ଶନ ପରେ ଆଜି ପୁରୀବାସୀ ଏହି ସୁଯୋଗ ପାଇଛନ୍ତି । କୋଭିଡ କଟକଣା ମାନି ଦର୍ଶନ କରିଛନ୍ତି ପୁରୀବାସୀ । ଏସଓପି ଅନୁଯାୟୀ ୱାର୍ଡ ୱାରୀ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ଭକ୍ତଙ୍କ ପରିଚୟ ପତ୍ର ଓ ଟୋକନ ଯାଞ୍ଚକରାଯିବା ସହ ଫଟୋ ଉଠାଯିବ । ଏବଂ ଏହା ପରେ ମୁଖଦ୍ୱାର ନିକଟରେ ସାନିଟାଇଜରର ବ୍ୟବସ୍ଥା ମଧ୍ୟ କରାଯାଇଛି । ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ୧୭ ପ୍ଲାଟୁନ ପୋଲିସ ଫୋର୍ସର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆଜି ପ୍ରଥମ ଦିନରେ ୨,୩ ,୬,୯,୧୧,୧୨,୧୫ ନମ୍ବର ୱାର୍ଡ ବାସିନ୍ଦା ଦର୍ଶନ କରିବେ । ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।