ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହୁରେ ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ଏହାସହିତ ମହୁରେ ମ୍ୟାଗ୍ନେସିୟମ ଏବଂ ଭିଟାମିନ୍ ଭଳି ପୋଷକ ତତ୍ୱ ରହିଛି । ଯାହା ଶରୀରରେ ଶକ୍ତି ବଢାଇବ, ଅନିଦ୍ରା ଏବଂ ଚିନ୍ତା ଦୂର କରିବା, ପାଚନ ବ୍ୟବସ୍ଥାକୁ ସଠିକ କରିବା ଏବଂ ରକ୍ତରେ ଥିବା ସୁଗାର ମାତ୍ରାକୁ ନିୟନ୍ତ୍ରିତ କରିଥାଏ ।
ମହୁ ବ୍ୟବହାର କରିବା ଦ୍ୱାରା ତ୍ୱଚା ଏବଂ କେସ ସମସ୍ୟା ଦୂର ହୋଇଥାଏ । ମହୁରେ ଆଣ୍ଟିବାୟୋଟିକ୍, ଆଣ୍ଟିସେପ୍ଟିକ ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି । ଯାହା ଶରୀରକୁ ସୁସ୍ଥ ରଖିଥାଏ ।
ପାଚନ ତନ୍ତ୍ର ପାଇଁ ଔଷଧ ରୂପେ କାମ କରିଥାଏ ମହୁ । କାରଣ ଏଥିରୁ ମିଳୁଥିବା ପ୍ରାକୃତିକ ତତ୍ୱ ପେଟ ରୋଗକୁ ଠିକ୍ କରିବାରେ ସହାୟକ ହୋଇଥାଏ । ଏହାଦ୍ୱାରା ପେଟର ଭାରିପଣ, ଗ୍ୟାସ, କୋଷ୍ଠକାଠିନ୍ୟ, ପେଟଜଳାପୋଡା ଆଦି ଠିକ୍ ହୋଇଥାଏ । ସେଥିପାଇଁ ଆପଣ ଭୋଜନ କରିବା ପୂର୍ବରୁ ୧ ରୁ ୨ ଚାମଚ ମହୁ ସେବନ କରନ୍ତୁ ।