ଭୂବନେଶ୍ୱର(ଏଟିଆର ବ୍ୟୁରୋ): ଭୂବନେଶ୍ୱର ସିବିଆଇ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ସମୟରେ ହଠାତ୍ ବରିଷ୍ଠ କଂଗ୍ରେସ ନେତା ନରସଂହ ମିଶ୍ରଙ୍କ ଦେହ ଅସୁସ୍ଥ ହୋଇପଡିଲା । ଛାତିରେ ଯନ୍ତ୍ରଣା କାରଣରୁ ସେ ହଠାତ ତଳେ ବସିପଡିଲେ ।ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ନରସିଂହ ଆଜି ସକାଳୁ ବଲାଙ୍ଗୀରରୁ ଭୂବନେଶ୍ୱର ଆସିଥିଲେ ।ଦୀର୍ଘ ସମୟ ଧରି ଯାତ୍ରା କରିବା କାରଣରୁ ସେ କ୍ଲାନ୍ତ ହୋଇପଡିଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଅଛି ବୋଲି ପିସିସି ସଭାପତି ନିରଞ୍ଜନ କହିଛନ୍ତି । ନରସଂହଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।