ଭୂବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଟକା ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏଥି ପାଇଁ ସରକାରଙ୍କ ପକ୍ଷରୁ ୨୧ ଲକ୍ଷ ସିରିଞ୍ଜ ଓ ୨୪ ଟି ଆଇଏଳଆର ଯୋଗାଇ ଦିଆଯାଇଛି । ନୂଆବର୍ଷରେ ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଇଛି । ଯାହାକୁ ନେଇ ଓଡିଶାବାସୀ ବେଶ ଉତ୍କଣ୍ଠାରେ ଅଛନ୍ତି ।
ଭ୍ୟାକସିନ ରଖିବା ପାଇଁ ୨୬ଟି ଆଇଏଲଆର ଆସିଛି। ଆଗକୁ ଆହୁରି ୩୩୯ଟି ଆଇସ ରେଫ୍ରିଜରେଟର ଆସିବ । ରାଜ୍ୟର ୩.୨୬ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ଟିକାକରଣ କରିବା ନିମନ୍ତେ ଡାଟାବେସ୍ ପ୍ରସ୍ତୁତ ହୋଇଛି।
ରାଜ୍ୟରେ ଗଣ ଟିକାକରଣ ୯୩୬ ଆଇସ-ଲାଇନ୍ଡ ରେଫ୍ରିଜରେଟର୍ ବା ଆଇଏଲଆର, ୭୦ ବଡ଼ ଆଇଏଲଆର, ୩୦ ବୃହତ୍ ଡିପ୍ ଫ୍ରଜିର, ୭୩୩୧ ନିଡିଲ ତଥା ହବ୍ କଟର, ୫୦୬ ସାର୍ପ ପିଟ୍, ୧୪୭୩ ଡାଟା ଲଗର୍ସ, ୨ଟି ୱାକ୍ ଇନ୍ କୁଲର ଓ ୨ଟି ୧୫ କେଭିଏ ଜେନେରେଟର୍ ଆବଶ୍ୟକ।ରାଜ୍ୟରେ ୨ଲକ୍ଷ ୯ ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ ଟିକାକରଣରେ ୮,୨୭୬ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବେ ।