ଭୂବନେଶ୍ୱର(ଏଟିଆର ବ୍ୟୁରୋ):ନୂଆ ବର୍ଷରେ ରାଜ୍ୟରେ ବଢିବ ଶୀତ ।ଜିଲ୍ଲାଗୁଡିକରେ ପାରଦ ଖସିବା ଯୋଗୁ ଶୀତ ଅନୂଭୂତ ହେବ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଦିଲ୍ଲୀର ସର୍ବାଧିକ ତାପମାତ୍ରା ୧୮ ଡିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଥିଲା ।ଆସନ୍ତା ୨ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭବିକଠାରୁ ୨ ରୁ ୩ ଡିଗ୍ରୀ ହ୍ରାସ ପାଇବ । ତେବେ ଜାନୁଆରୀ ପ୍ରଥମ ମାସରୁ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ । ସେଲସିୟସ ହ୍ରାସ ପାଇବାର ସମ୍ବାବନା ରହିଛି ।
ଜାନୁଆରୀ ୧ ରୁ ଆହୁରି ଶୀତ ବଢିବ ବୋଲି ଆକଳନ କରାଯାଉଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ହୋଇପାରେ । ସମତଳ ଅଞ୍ଚଳରେ ଶୁଷ୍କ ଓ ପାହାଡିଆ ଅଂଚଳରେ ପବନ ବହିବ ।ଜାନୁ ଆରୀ ୩ ଓ ୪ ରୁ ସାମାନ୍ୟ ବର୍ଷା ହୋଇପାରେ । ହିମାଚଳ ପ୍ରଦେଶ , ରାଜସ୍ଥାନ , ହରିଆଣା , ବିହାର ଓ ଅନ୍ୟ ରାଜ୍ୟରେ ମଧ୍ୟମ ଧରଣର ଶୀତ ଅନୁଭୂତ ହେବ ।
ଆସନ୍ତା କାଲି କଟକ , ଜଗତସଂହପୁର ,ଖୋର୍ଦ୍ଧା , ନୟାଗଡ ,ଖୋର୍ଦ୍ଧା , ନୟାଗଡ କନ୍ଧମାଳ , ପୁରୀ, କୋରାପୁଟ, ମାଲକାନଗିରି , ଜିଲ୍ଲାରେ ଘନ କୁହୁଡିର ସମ୍ଭାବନା ରହିଛି ।ଭୂବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬ ଏବଂ କଟକରେ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି ।