ମୁମ୍ବାଇ(ଏଟିଆର ବ୍ୟୁରୋ):ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନି ପୁଣି ଥରେ ବିଗବସ ଘର ଭିତରକୁ ଯିବାକୁ ପ୍ରସ୍ତୁତ ଅଛନ୍ତି । ବିଗବସ ୧୪ ସିଜିନର ପ୍ରୋମୋରେ ସନ୍ନି କହିଛନ୍ତି ଯେ ସେ ଜାନୁଆରୀ ୨, ଶନିବାର ଦିନ ବିଗବସ ୱିକେଣ୍ଡ କା ବାର୍ ଏପିସୋଡରେ ପୁଣି ଥରେ ବିଗବସ ଘରେ ପ୍ରବେଶ କରିବେ । ପ୍ରୋମୋରେ ସନ୍ନି ଡକ୍ଟର ସନ୍ନି ଭାବେ ନଜର ଆସି କହିଛନ୍ତି , ‘ହାଏ ବିଗବସ କେମିତି ଅଛନ୍ତି ? ମୁଁ ଏଠାକୁ ଘର ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ଆସିଛି’। ସନ୍ନିଙ୍କ ପ୍ରବେଶ ବିଗବସର ମାହୋଲକୁ ବଦଳାଇ ଦେଇଥିଲା ।
ଅନ୍ୟ ଏକ ପ୍ରୋମୋ ଭିଡିଓରେ ଅର୍ଶୀ ଖାନ କହିଛନ୍ତି ଯେ ସେ କୌଣସି କାମ କରିବେ ନାହିଁ ଏବଂ ତାଙ୍କୁ କେହି ବାଧ୍ୟ କରିପାରିବେ ନାହିଁ । ରୁବିନା ଏହି କଥାକୁ ବିରୋଧ କରି କହିଥିଲେ ଏହା କେବଳ ତାଙ୍କର ଏକ ନକଲି ଧମକ । ଏବଂ ପରେ ଏହି କଥାକୁ ନେଇ ସେମାନଙ୍କ ଭିତରେ ଝଗଡା ହୋଇଥିଲା । ପରେ ବିକାସ ଏବଂ ଅଲ୍ଲୀଙ୍କ ଝଗଡା ଦେଖିବାକୁ ମିଳିଥିଲା । ଏହି ଝଗଡାରେ ନିକି ମଧ୍ୟ ଯୋଗ ଦେଇଥିଲେ ।