ଭୂବନେଶ୍ୱର (ଏଟିଆର ବ୍ୟୁରୋ): ପଶ୍ଚିମ ଓଡିଶାଙ୍କ ପାଇଁ ଖୁସି ଖବର । ଆସନ୍ତା ୧୨ ତାରିଖରୁ ମୁମ୍ବାଇ ଓ ବେଙ୍ଗାଲୁରୁ କୁ ଆରମ୍ଭ ହେବ ବିମାନ ସେବା । ଏହି ବିମାନ ସେବା ସପ୍ତାହକୁ ଚାରିଦିନ ଚାଲିବ ବୋଲି ନିର୍ଦେଶ ଦେଇଛନ୍ତି କିଶୋର ସେନାପତି ।
ଝାରସୁଗୁଡା ବିମାନ ବନ୍ଦରରୁ ଉଡାଣ ପାଇଁ ଟାଇମ ସ୍ଲଟ ମାଗିଛି ସ୍ପାଇସଜେଟ ବିମାନ କତ୍ତୃପକ୍ଷ । ଏହି ବିମାନ ଆସନ୍ତା ୧୨ ତାରିଖ ସଂଧ୍ୟା ୬ ଟା ୧୦ ମିନିଟରୁ ବାହାରି ରାତ୍ରି ୮ ଟା ୨୫ ମିନିଟରେ ମୁମ୍ବାଇ ରେ ପହଞ୍ଚିବ । ବିମାନରେ ଯାତ୍ରା କରିବା ପାଇଁ ହେଲେ ଏହାର ଭଡା ରହିଛି ୪୩୮୯ ଟଙ୍କା । ସେହିପରି ମୁମ୍ବାଇରୁ ଅପରାହ୍ନ ୧୦ ଟା ୩୦ ମିନିଟରୁ ବାହାରି ଅପରାହ୍ନ ୧୨ ଟା ୩୦ ମିନିଟରେ ପହଞ୍ଚିବ । ତେବେ ଏଥିରେ ଯାତ୍ରା କରିବା ପାଇଁ ହେଲେ ଏହାର ଭଡା ୪୧୧୩ ଟଙ୍କା ରହିଛି ।
ସୋମବାର , ବୁଧବାର , ଶୁକ୍ରବାର , ଓ ଶନିବାର , ଏହି ଚାରିଦିନ ଚଳାଚଳ କରିବା ପାଇଁ ଟାଇମ ସ୍ଲଟ ମଗାଯାଇଛି । ତେବେ ଜାନୁଆରୀ କି ମାର୍ଚ୍ଚରେ ବିମାନ ଚଳାଚଳ ହେବ ସେନେଇ ନିଷ୍ପତ୍ତି ନେବେ ସ୍ପାଇସଜେଟ କତ୍ତୃପକ୍ଷ ।ସ୍ପାଇସଜେଟ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ଝାରସୁଗୁଡାବାସୀଙ୍କ ପାଇଁ ଖୁସି ଆଣିଦେଇଛି ।