ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସାବଧାନ । ହେବ ପ୍ରବଳ ବର୍ଷା । ଘଡ଼ଘଡି ସାଙ୍ଗକୁ କୁଆ ପଥର ମାଡ଼ ବି ହୋଇପାରେ । ତେଣୁ ସର୍ତକ ରୁହନ୍ତୁ ବୋଲି ଚେତେଇ ଦେଇଛି ଆଞ୍ଚିଳିକ ପାଣିପାଗ ବିଭାଗ । କେବଳ ଓଡିଶା ନୁହେଁ ୧୩ଟି ରାଜ୍ୟକୁ ଏହି ସର୍ତକ ସୂଚନା ଜାରି କରାଯାଇଥିବା ଜଣାପଡିଛି ।
ମୌସୁମୀ ସକ୍ରୀୟ ଥିବାରୁ ଭାରତରେ ବର୍ଷା ହେଉଛି । କର୍ଣ୍ଣଟକରେ ଏମିତି ବର୍ଷା ହୋଇଛି ଯେ ଯେଉଁଥିରେ ୫ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ତେଣୁ ପରିସ୍ଥିତି ଜଟିଳ ହେଉଥିବା ଦେଖି ପାଣିପାଗ ବିଭାଗ ଏହି ସର୍ତକ କରାଇଛି । ସତର୍କ ସୂଚନା ଦିଆଯାଇଥିବା ରାଜ୍ୟ ଭିତରେ ଅଛନ୍ତି, ଓଡିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଓ ଉତ୍ତରପ୍ରଦେଶ । ସେପଟେ ବର୍ଷା ପରିସ୍ଥିତିର ମୁକାବିଲା କରିବା ଲାଗି ପରାମର୍ଶ ମଧ୍ୟ ଦିଆଯାଇଛି ।