ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ହ୍ରାସ ପାଉଛି କରୋନା ପ୍ରକୋପ । ପୂର୍ବାପେକ୍ଷା ଏବେ ଆକ୍ରନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଯାହାଫଳରେ କରୋନା ଗ୍ରାଫ୍ଏବେ ତଳମୁହାଁ ହେବା ସହିତ ୨ ଶହ ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୧୮୩ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୭୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେଜଣ ରହିଛନ୍ତି ସେଥିପାଇଁ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 3rd January, 2021
New Positive Cases: 183
In quarantine: 106
Local contacts: 77(Details of local contacts will be shared by concerned District Administration)
District Wise Cases:
1. Angul: 24
2. Balasore: 2
3. Bargarh: 9
4. Bhadrak: 2
5. Balangir: 6— I & PR Department, Odisha (@IPR_Odisha) January 4, 2021
23. Puri: 6
24. Sambalpur: 10
25. Sonepur: 2
26. Sundargarh: 32
27. State Pool: 5New recoveries: 244
Cumulative tested: 7028873
Positive: 330492
Recovered: 326209
Active cases: 2345— I & PR Department, Odisha (@IPR_Odisha) January 4, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେହିଅନୁଯାୟୀ ପୁଣି ଆଉ ୨୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୪୯୨ ହୋଇଥିବା ବେଳେ ୩୨୬୨୦୯ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ଏବଂ ୨୩୪୫ ଟି ସକ୍ରିୟ ମାମଲା ରହିଛି ।