ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଶୀତ ଋତୁ । ଏହି ସମୟରେ ଲୋକେ ଅଧିକ ସୁସ୍ଥ ଜିନିଷ ଖାଇଥାନ୍ତି । କାରଣ ଏହି ଋତୁରେ ସମସ୍ତ ଖାଦ୍ୟ ସହଜରେ ହଜମ ହୋଇଯାଇଥାଏ । ଆପଣମାନେ ଜାଣିଥିବେ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଅଣ୍ଡା । କିନ୍ତୁ ଅଧିକାଂଶ ଲୋକେ ଅଣ୍ଡାକୁ ଅମଲେଟ୍ କରି ଖାଇବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ଅମଲେଟ୍ ବଦଳରେ ସିଝା ଅଣ୍ଡା ଖାଇବେ ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଫାଇଦା ହୋଇଥାଏ । ପ୍ରତିଦିନ ସକାଳୁ ୨ଟା ଅଣ୍ଡା ଖାଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ ।
ଅଣ୍ଡାର ଧଳା ଅଂଶରେ ଭିଟାମିନ୍ ଡି, ଭିଟାମିନ୍ ବି ୬, ସେଲେନିୟମ, ବି୧୨, ତମ୍ବା, ଲୁହା ଭଳି ତତ୍ୱ ରହିଥାଏ । ସେହିପରି ହଳଦିଆ ଅଂଶରେ କ୍ୟାଲୋରୀ ଏବଂ ଚର୍ବି ଅଧିକ ରହିଥାଏ । ଏହି ପୋଷକ ତତ୍ୱ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତ୍ୟେକ ଦିନ ୨ ଟି ସିଝା ଅଣ୍ଡା ସେବନ କରିବା ଦ୍ୱାରା ଶରୀରକୁ ଓମେଗା୩ ଏବଂ ଫ୍ୟାଟି ଏସିଡି ଭଳି ପୋଷକ ତତ୍ୱ ମିଳିଥାଏ । ଯାହା ଶରୀର ପାଇଁ ଉପଯୋଗୀ । ସେହିପରି ସିଝା ଅଣ୍ଡାରେ ମଧ୍ୟ ଏକ ତତ୍ୱ ରହିଛି ଯାହାକୁ କୋଲିନ କୁହାଯାଏ । ଯାହାଦ୍ୱାରା ସ୍ମରଣଶକ୍ତି ବଢିଥାଏ । ସେଥିପାଇଁ ଶରୀର ଦୁର୍ବଳ ଅନୁଭବ କରୁଥିବା ବ୍ୟକ୍ତି ନିୟମିତ ୨ ଟି ସିଝା ଅଣ୍ଡା ସେବନ କରିବା ଉଚିତ୍ । ଏହାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ଦୁର୍ବଳ ସମସ୍ୟା ଦୂର ହୋଇଥାଏ ।
ଶରୀରକୁ ଭିଟାମିନ୍ ଏବଂ ପ୍ରୋଟିନ୍ ଭଳି ଆବଶ୍ୟକୀୟ ପୋଷକ ତତ୍ୱ ପ୍ରଦାନ କରିଥାଏ ସିଝା ଅଣ୍ଡା । ଯାହା ଶରୀର ପାଇଁ ଫାଇଦା ହୋଇଥାଏ । ସେଥିପାଇଁ ଜଳଖିଆରେ ଅଣ୍ଡା ଖାଇବା ଉଚିତ୍ । ଏହାସହିତ ଅଣ୍ଡା ସେବନ ଦ୍ୱାରା ଓଜନ କମ ହେବାରେ ସହାୟକ ମିଳିଥାଏ ।
ଆଜିକାଲି ବହୁତ କମ ବୟସରେ ଅନେକ ବ୍ୟକ୍ତି ଚଷମା ବ୍ୟବହାର କରୁଛନ୍ତି । ଅଣ୍ଡାରେ ଆଣ୍ଟିଅକ୍ସିଡେଣ୍ଟ ଭଳି ଲିଟୁନ ରହିଛି । ଯାହା ଆଖିକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯେପରିକି ଦୃଷ୍ଟି ଶକ୍ତି ବଢିବା ଏବଂ ମୋତିଆବିନ୍ଦୁ ନହେବ । ଏହାସହିତ ଅଣ୍ଡାରେ ଭିଟାମିନ୍ ଡି ରହିଛି ଯାହା ହାଡକୁ ମଜବୁତ ରଖେ । ସେହିପରି ଅଣ୍ଡା ସେବନ କରିବା ଦ୍ୱାରା ତ୍ୱଚା ଏବଂ କେଶ ସୁସ୍ଥ ରହିଥାଏ । କାରଣ ଅଣ୍ଡାରେ ସଲ୍ଫର ଏବଂ ଆମିନୋ ଏସିଡି ଭରପୁର ମାତ୍ରାରେ ରହିଛି ।