ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ବାୟୋଟେକ ର କରୋନା ଟୀକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଯାଇଛି । ଏହାପରେ ବହୁତ ଶୀଘ୍ର ଦେଶରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ । ସେହିପରି ଏହି କୋଭାକ୍ସିନ ଟୀକାକୁ ୧୨ ବର୍ଷରୁ ଅଧିକ ବୟସର ଛୁଆଙ୍କଠାରେ ପରୀକ୍ଷଣର ଅନୁମତି ବି ମିଳିଯାଇଛି । କିନ୍ତୁ ସେରମ ଇଂଷ୍ଟିଚ୍ୟୁଟର କୋଭିସିଲ୍ଡକୁ ୧୮ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ଦିଆଯିବ ।
ଦ୍ୱିତୀୟ ପର୍ଯ୍ୟାୟରେ ୧୨ ରୁ ୧୮ ବର୍ଷ ଛୁଆଙ୍କ ଉପରେ ଟୀକା ପରୀକ୍ଷଣ କରିଥିଲା ଭାରତ ବାୟୋଟେକ । ସେହି ଅଧାରରେ କ୍ଲିନିକାଲ ଟ୍ରାଏଲ ମୋଡରେ ଜରୁରୀକାଳୀନ ସ୍ଥିତିରେ ଟୀକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଈ । ଏଥିରେ ୧୨ ବର୍ଷ ବା ତାଠାରୁ ଅଧିକ ବୟସର ଛୁଆ ବି ସାମିଲ ଅଛନ୍ତି । ମାତ୍ର ସରକାରଙ୍କ ପ୍ରାଥମିକତା ଯେଉଁ ୩୦ କୋଟି ଲୋକଙ୍କୁ ଟୀକାର ଦେବାର ଅଛି, ସେଥିରେ ଛୁଆ ସାମିଲ ନାହାନ୍ତି ।
ଏକ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, ଭାରତରେ ବହୁତ ଶୀଘ୍ର ଦୁନିଆର ସବୁଠାରୁ ବଡ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ସେଥିପାଇଁ ବୈଜ୍ଞାନିକମାନଙ୍କୁ ବହୁତ ବହୁତ ଧନ୍ୟବାଦ ।