ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନାକୁ ମାତ୍ ଦେବା ପାଇଁ ଟୀକା ପ୍ରସ୍ତୁତିରେ ଦେଶ ଲାଗିପଡିଥିବା ବେଳେ ଗତକାଲି ଡିସିଜିଆଇ ପକ୍ଷରୁ ଏକସଙ୍ଗରେ ଦୁଇଟି କରୋନା ଟୀକା ତଥା କୋଭିସିଲ୍ଡ ଏବଂ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । କିନ୍ତୁ ଏହି ଦୁଇ ଟୀକା ପାଇଁ କୋୱିନ୍ ଆପ୍ ରେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ହେବ । ବହୁତ ଶୀଘ୍ର ଏହି ଆପ୍ କୁ ଲଞ୍ଚ କରିବେ କେନ୍ଦ୍ରସରକାର । ଯାହା ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋର ରେ ମାଗଣାରେ ଉପଲବ୍ଧ ହେବ । ଏହି ଆପ୍ ରେ କୋଭିଡ୧୯ ଟୀକା ପାଇଁ ସେଲ୍ଫ ରେଜିଷ୍ଟ୍ରେସନ କରିବାକୁ ହେବ ।
କୋୱିନ୍ ର ପୁରା ନାଁ ହେଉଛି କୋଭିଡ୧୯ ଭ୍ୟାକ୍ସିନ ଇଂଟେଲିଜେନ୍ସ ନେଟୱର୍କ । କୋଭିଡ୧୯ ଟୀକାର ଟ୍ରାକିଙ୍ଗ ଏବଂ ରେଜିଷ୍ଟ୍ରେସନ ପାଇଁ କୋୱିନ୍ କୁ ୫ ଭାଗରେ ବିଭକ୍ତ କରାଯାଇଛି । ଯେଉଁଥିରେ ଆଡମିନିଷ୍ଟ୍ରେଟର, ରେଜିଷ୍ଟ୍ରେସନ, ଭ୍ୟାକ୍ସିନେସନ, ବେନିଫିସିୟରୀ, ଏକ୍ନୋଲୋଜମେଣ୍ଟ ଏବଂ ରିପୋର୍ଟ ଆଦି ସାମିଲ ଅଛି । ଯେତେବେେଳେ ୟୁଜର ଏହି ଆପ୍ ରେ ରେଜିଷ୍ଟ୍ରେସନ ର ସମ୍ପୂର୍ଣ୍ଣ ପ୍ରୋସେସ ପୁରଣ କରିଦେବେ ସେତେବେଳେ ତାଙ୍କୁ ପଚରାଯିବ କି କେଉଁ ଲୋକାଲ ଅଥରିଟିରେ କୋଭିଡ୧୯ ଟୀକା ଲଗାଇ ପାରିବେ । ମୋଟ ତିନୋଟି ପର୍ଯ୍ୟାୟରେ ହେବ କୋଭିଡ୧୯ ଟୀକାକରଣ ।
କିଭଳି କରିବେ ରେଜିଷ୍ଟ୍ରେସନ:
– ସର୍ବପ୍ରଥମେ ୟୁଜର୍ସଙ୍କୁ ଗୁଗଲ ପ୍ଲେ ଷ୍ଟୋର ବା ଆପଲ ଷ୍ଟୋରକୁ ଯାଇ କୋୱିନ୍ ଆପ୍ ଡାଉନଲୋଡ କରିବାକୁ ପଡିବ ।
– ଏହାପରେ ସେହି ଆପ୍ ରେ ରେଜିଷ୍ଟ୍ରେସନ କରିବାକୁ ହେବ । ଯେଉଁଥିରେ ଆଇଡିକାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାସପୋର୍ଟ ଏବଂ ପେନସନ ଡକ୍୍ୟୁମେଣ୍ଟ ଭଳି ୧୨ ଟି ଫଟୋ ପରିଚୟ ପତ୍ରରୁ ଯେକୌଣସି ଗୋଟେକୁ ଆପଣ ବ୍ୟବହାର କରିପାରିବେ ।
– ଏହି ଆପ୍ ରେ ଆପଣଙ୍କୁ କେନ୍ଦ୍ର ଏବଂ ରାଜ୍ୟର ଗାଇଡଲାଇନ୍ ଦିଆଯାଇଥିବ ।
– ଅନଲାଇନ ରେଜିଷ୍ଟ୍ରେସନ ପୁରା ହେବା ପରେ ୟୁଜର୍ସଙ୍କ ମୋବାଇଲ ନଂକୁ ଏକ ମେସେଜ ଆସିବ ।