ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଅପରାହ୍ନରେ ପ୍ରକାଶ ପାଇଛି ନିଟ୍ ପରୀକ୍ଷା ଫଳ । ଏହି ପରୀକ୍ଷା ଫଳ ଜୁନ୍ ୪ ତାରିଖ ଦିନ ୨ଟା ବେଳେ ପ୍ରକାଶ ପାଇବ ବୋଲି ପୂର୍ବରୁ ସ୍କୁଲ ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ ଯୋଗେ ଜଣାଇଥିଲେ । କିନ୍ତୁ ଏହା ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରକାଶ ପାଇଛି ।
ଚଳିତବର୍ଷ ସାରା ଦେଶରୁ ୧୩ ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଆବେଦନ କରିଥିଲେ । ସେଥିରୁ ୬,୩୪,୮୯୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ।
ଛାତ୍ରଛତ୍ରୀମାନେ ସିବିଏସଇର ଅଫିସିଆଲ ୱେବସାଇଟ www.cbseresults.nic.in ରେ ସେମାନଙ୍କ ଫଳାଫଳ ଦେଖି ପାରିବେ ।