ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଜାନୁଆରୀ ୮ ତାରିଖରେ ସ୍କୁଲ ଖୋଲିିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଘୋଷଣା କରିଛନ୍ତି ।ପିଲାମାନେ, ଶିକ୍ଷକ ଓ କର୍ମଚାରୀମାନେ ସ୍କୁଲ ଆସିବା ପରେ ପ୍ରତି ସପ୍ତାହରେ ସେମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା ହେବ ବୋଲି କୁହାଯାଇଛି ।
କ୍ଲାସରୁମ ଓ ଲାବ୍ରୋଟାରୀ, ଶୈାଚାଳୟ ଆଦି କୁ ବିଶୋଧନ କରିବା ସହ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି ।କର୍ମଚାରୀମାନେ କ୍ୟାମ୍ପସ ଭିତରକୁ ଆସିବା ସମୟରେ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର ଉପରେ ଦୃଷ୍ଟି ଦେବେ ।
ପ୍ରତି ବିଦ୍ୟାଳୟରେ ଆସାକର୍ମୀ ଓ ଏଏନ୍ଏମ୍ ମାନେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ।ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।
ସ୍କୁଲ ଖୋଲିଲେ ପିଲାମାନେ ଶ୍ରେଣୀକକ୍ଷରେ ପଢିବା ସହିତ ହଷ୍ଟେଲରେ ଗୋଟେ ସ୍ଥାନରେ ଖାଇବେ ଓ ସମାନ ଶୈାଚାଳୟ ବ୍ୟବହାର କରିବେ ।ହଷ୍ଟେଲରେ ପଡିଥିବା ବେଡ ଉପରେ ଦୂରତା ନିଶ୍ଚିତ ଦିଆଯାଇଛି । ପିଲାମାନେ ପରସ୍ପରଙ୍କ ମଧ୍ୟରେ ପେନ, ପେନସିଲ ଓ ମାସ୍କ ,ନୋଟବୁକ, ଟିଫିନ ବାକ୍ସ , ଓ ପାଣିବୋତଲ ଆଦି ସେପରି ଆଦାନ ପ୍ରଦାନ ନ କରନ୍ତି ସେଥିପ୍ରତି ଦୃଷ୍ଟି ଦେବା ଉଚିତ ।
ସେହିପରି ର୍ୟାପିଡ୍ ରେସପନ୍ସ ଟିମକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଜରୁରୀ ପରିସ୍ଥିତି ପଡିଲେ ସେମାନଙ୍କୁ ତୁରନ୍ତ ଯାଇ ସ୍କୁଲରେ ପହଞ୍ଚିବାକୁ ପଡିବ ।