ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କରୋନା ମହାମାରୀ କାଳରେ ସାରା ବିଶ୍ୱରେ ଏବେ ହାହାକାର ପଡିଛି । ଦୀର୍ଘ ଦିନ ଧରି କରୋନା ପାଇଁ ହୋଇଥିବା ଲକଡାଉନ କାରଣରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ଭିଏତନାମା ହେଇଛି ବିଶ୍ୱର ତୃତାୟ ବୃହତ୍ତମ ଚାଉଳ କମ୍ପାନୀ ଦେଶ ।
ଭିଏତନାମାରେ କରୋନା ପାଇଁ ଖାଦ୍ୟ ସଂଙ୍କଟ ଦେଖା ଦେଇଥିବା ବେଳେ ଭାରତଠାରୁ ଚାଉଳ କିଣିବାକୁ ଯାଉଛି ।ଭାରତ ଇତିହାସରେ ପ୍ରଥମଥର ପାଇଁ ଏହା ଘଟିବାକୁ ଯାଉଛି । କରୋନା ପାଇଁ ସେଠାରେ ଖାଦ୍ୟ ସଂଙ୍କଟ ଦେଖାଦେଇଥିବାରୁ ଭାରତଠାରୁ ବାଧ୍ୟ ହୋଇ ଚାଉଳ କିଣିବାକୁ ଯାଉଛି ଭିଏତନାମା ।
ବିଶ୍ୱରେ ଚାଉଳ ଯୋଗାଣରେ ପ୍ରଥମ ସ୍ଥାନ ଅଧିକାର କରିଛି ଭାରତ । ଭିଏତନାମା ଭାରତଠାରୁ ୭୦ ଟନ ଚାଉଳ କିଣିବାକୁ ଯାଉଛି । ଭିଏତନାମା ସରକାର ଖାଦ୍ୟ ସଂଙ୍କଟ ରହିବ ବୋଲି ପୂର୍ବରୁ ଜାଣିଥିଲେ କିନ୍ତୁୂ ସେ କରୋନା ସମୟରେ ନିଜ ଲୋକଙ୍କ କଥା ନଭାବି ମୁଦ୍ରା ପଛରେ ଲାଗି ପଡିଥିଲେ ।ତେବେ ଏହି କାରଣରୁ ସେଠାରେ ଖାଦ୍ୟ ସଂଙ୍କଟ ବା ସମସ୍ୟାର ବୃଦ୍ଧି କାରଣରୁ ଏଭଳି ପରିସ୍ଥିତି ଉପୁଜିଛି । ଭିଏତନାମା ଧାନ ଉତ୍ପାଦନରେ ୧.୮୬ ପ୍ରତିଶତ କମିଛି ।