ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯଦି ଆପଣ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଖୁବ୍ ଜୋରରେ ଚାଲନ୍ତୁ । ଅଷ୍ଟ୍ରେିଲିଆର ୟୁନିଭରସିଟି ଅଫ ସିଡନୀରେ ହୋଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି କି, ଯେଉଁ ଲୋକ ଖୁବ୍ ଜୋରରେ ଚାଲିଥାନ୍ତି । ସେ ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି ।
ୟୁନିଭରସିଟି ଅଫ ସିଡନୀରେ ହୋଇଥିବା ଗବେଷଣା ମୁତାବକ ବୈଜ୍ଞାନିକମାନେ କହିଛନ୍ତି ଯେ, ଦୃତ ଗତିିରେ ଚାଲିବା ଦ୍ୱାରା ଖୁବ୍ ଶୀଘ୍ର ବ୍ୟକ୍ତି ଜୀବନରେ ଆସୁଥିବା ମୃତ୍ୟୁର ଭୟକୁ ଦୂର କରାଯାଇ ପାରିବ ।
ଗବେଷଣା ଅନୁଯାୟୀ ମଧ୍ୟମା ଗତିରେ ୬୦ ବର୍ଷ କିମ୍ବା ଉର୍ଦ୍ଧ ବ୍ୟକ୍ତି ଚାଲିବା ଦ୍ୱାରା ସେମାନଙ୍କ ଠାରେ ହୃଦ୍ ସମ୍ବନ୍ଧୀୟ ରୋଗରେ ହେବାକୁ ଥିବା ମୃତ୍ୟୁ ୪୬ ପ୍ରତିଶତ ହ୍ରାସ ପାଇଥାଏ । ସେହିଭଳି ଦୃତ ବେଗରେ ଚାଲୁଥିବା ବ୍ୟକ୍ତିଙ୍କଠାରେ ୫୬ ପ୍ରତିଶତ ହ୍ରାସ ପାଇଥାଏ ।