ଭୂବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଧୀରେ ଧୀରେ ସ୍ଥିତି ସୁଧୁରିବାରେ ଲାଗିଥିବା ବେଳେ ଆଜିଠୁ ରାଜ୍ୟରେ ଖୋଲିବାକୁ ଯାଉଛି ସିନେମା ହଲ । କୋଭିଡ କଟକଣା ମଧ୍ୟରେ ରାଜ୍ୟରେ ସିନେମା ହଲ ଖୋଲୁଥିବା ବେଳେ କେବଳ୫୦ ପ୍ରତିଶତ ଦର୍ଶକ ହଲରେ ସିନେମା ଦେଖିପାରିବେ ।
ହଲଗୁଡିକୁ ସାନିଟାଇଜର କରାଯାଇଥିବା ବେଳେ ଦର୍ଶକ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହଲ ଆଗରେ ଟିକେଟ କାଉଣ୍ଟରେ ଭିଡ ନ କରି ଫୋନ ନମ୍ବର କୁ ଟିକେଟ ଆସିବାର ବ୍ୟବସ୍ଥା କରାଯାଇଛି । ବାରମ୍ଭାର ସାନିଟାଇଜର ବ୍ୟବହାର କରିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ କହିଛନ୍ତି ସିନେମା ହଲ କତ୍ତୃପକ୍ଷ ।
ହଲ ଭିତରକୁ ପ୍ରବେଶ କରିବା ପୂର୍ବରୁ ଦର୍ଶକଙ୍କ ଥର୍ମାଲ ସ୍କାନିଂ କରାଯିବା ବାଧ୍ୟତାମୂଳକ । ରାଜ୍ୟରେ ସିନେମା ହଲ ଖୋଲୁଥିବା ବେଳେ ଦର୍ଶକ ଓ ସିନେମା ହଲ ମାଲିକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।