ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୁକ୍ରବାର ହେଉଛି ମାତା ଲକ୍ଷ୍ମୀଙ୍କ ଦିନ । ଏହି ଦିନ ମାତା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଆର୍ଥିକ ସମସ୍ୟାକୁ ଦୂର କରିବା ଏବଂ ଧନ ପ୍ରାପ୍ତି ପାଇଁ ମା’ଙ୍କର ଆରାଧନା କରାଯାଇଥାଏ । ମାନ୍ୟତା ରହିଛି କି ଶୁକ୍ରବାର ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ବହୁତ ଶୀଘ୍ର ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ..
ଶୁକ୍ରବାର ଦିନ ଲକ୍ଷ୍ମୀ ମନ୍ଦିରକୁ ଯାଇ ମାଙ୍କୁ ଲାଲ ରଙ୍ଗର ବସ୍ତ୍ର ଅର୍ପଣ କରିବା ଉଚିତ୍ । ଏହି ଉପାୟ ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତଚ କରିବ ଏବଂ ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ସେହିପରି ଶୁକ୍ରବାର ଦିନ ଆପଣ ମାଙ୍କୁ ଲାଲ ସିନ୍ଦୁର, ଚୁଡି ଆଦି ଅର୍ପିତ କରିପାରିବେ ।
ଶୁକ୍ରବାର ଦିନ ଆପଣ ୫ ଟି ଲାଲ ରଙ୍ଗର ଫୁଲ ନେଇ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ । ଏହାପରେ ମାଙ୍କୁ ପ୍ରଣାମ କରି କାମନା କରନ୍ତୁ କି,ମାତା ଲକ୍ଷ୍ମୀ ସଦା ସର୍ବଦା ଆପଣଙ୍କ ଜୀବନରେ କୃପା ବର୍ଷା କରିବେ । ଏହାପରେ ସେହି ଫୁଲକୁ ଆଲମିରା ରଖି ଦିଅନ୍ତୁ ।
ଶୁକ୍ରବାର ଦିନ ଶ୍ରୀ ଲକ୍ଷ୍ମୀ ନାରାୟଣ ପାଠ କରନ୍ତୁ । ଏହାକୁ ପାଠ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । କୁହାଯାଏ କି ପାଠ କରିବା ପରେ ଶ୍ରୀ ଲକ୍ଷ୍ମୀ ନାରାୟଣ ଭଗବାନଙ୍କୁ ଖୀରି ଭୋଗ ଲଗାଇବା ଉଚିତ୍ ।