ୱାଶଂଟିନ(ଏଟିଆର ବ୍ୟୁରୋ):ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟ୍ୟୁବ ଆକାଉଣ୍ଟକୁ ବ୍ଲକ କରିଛି ଗୁଗୁଲ । ଟ୍ରମ୍ପଙ୍କର ଏହା ହେଇଛି ଅଫିସିଆଲ ଆକାଉଣ୍ଟ । କିଛି ଦିନ ପୂର୍ବରୁ ଫେସବୁକ , ସ୍ନାପଚାଟ , ଏବଂ ଟୁଇଟରେ ଟ୍ରମ୍ପଙ୍କ ଭିଡିଓ ପୋଷ୍ଟ ଏବା ଆକାଉଣ୍ଟ କୁ ହଟାଇ ଦେଇଥିଲା ଏବଂ ଏବେ ୟୁଟ୍ୟୁବ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଅପଲୋଡ ହେଇଥିବା ଭିଡିଓ ହଟାଇ ଦେଇଛି ।
ଟ୍ରମ୍ପ ଅତିକମରେ ସାତ ଦିନ ପର୍ଯ୍ୟନ୍ତ ୟୁଟ୍ୟୁବ ଚ୍ୟାନେଲରେ କୈାଣସି କଣ୍ଟେଣ୍ଟ ଅପଲୋଡ ହୋଇପାରିବ ନାହିଁ । ଏହା ସହିତ ପୁରୁଣା ଭିଡିରେ ମଧ୍ୟ କୈାଣସି କମେଣ୍ଟ ଅପସନକୁ ହଟାଇ ଦିଆଯାଇଛି ।ୟୁଟ୍ୟୁବରେ ଟ୍ରମ୍ପଙ୍କ ଚ୍ୟାନେଲ ଦା ହେଉଛି ଡୋନାଲ୍ଡ ଜେ. ଟ୍ରମ୍ପ । ଟ୍ରମ୍ପଙ୍କର ୨.୭୭ ମିଲିୟନ ଗ୍ରାହକ ରହିଛନ୍ତି ।
ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ କରିବାର କାରଣ ହେଉଛି କି ଟ୍ରମ୍ପ କିଛି ଦିନ ହେବ ଆମେରିକା ହିଂସା ବଢାଇବାକୁ ନେଇ ବିବାଦରେ ରହିଥିଲେ ଗୁଗୁଲ ଟ୍ୱିଟ କରି କହିଛି,ପଲିସି ଉଲଂଘନ ଏବଂ ସମ୍ଭାବିତ ହିଂସାକୁ ଦୃଷ୍ଟିରେ ରଖି ଟ୍ରମ୍ପଙ୍କ ଆକାଉଣ୍ଟକୁ ବ୍ୟାନ କରି ଦିଆଯାଇଛି ।