ପୁରୀ(ଏଟିଆର ବ୍ୟୁରୋ):ଆଜି ହେଉଛି ମକର ସଂକ୍ରାନ୍ତି । ଏହି ଅବସରରେ ପୁରୀ ଶ୍ରୀ ମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି । ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି । ଏହି ଦିନ ଠାକୁରଙ୍କ ପାଖରେ ମକର ଚାଉଳ ଭୋଗ ହେବା ସହ ପିଠାପଣା ମଧ୍ୟ ଭୋଗ ଲାଗିଥାଏ । ଏଥିପାଇଁ ଆଜିର ଦିନକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ ।
ଶ୍ରୀ ମନ୍ଦିରରେ ମକା ଚୈାରାଶୀ ବେଶରେ ସଜ୍ଜିତ ହୋଇଥାନ୍ତି ମହାପ୍ରଭୁ । ମାଳ ,ଚୁଳ, ଓ ଅଳଙ୍କାର ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଶ୍ରୀ ଜିଉ । ମହାପ୍ରଭୁଙ୍କ ମକର ବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ମାଳ , ଚୁଳ ଏବଂ ବଡ ବଡିଆ ମଠ ପକ୍ଷରୁ ସୁଗନ୍ଧିତ ଫୁଲ ,ତୁଲସୀ ଆଦି ନେଇ ପ୍ରସ୍ତୁତ ମାଳ ଶ୍ରୀଜିଉଙ୍କ ଲାଗି କରାଯାଇଛି ।
ମକରଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘର କୋଠରିରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରମାନ ଅଣାଯାଇଥାଏ ।ମକର ସଂକ୍ରାନ୍ତି ଅବସରରେ ମକରଚାଉଳ ଭୋଗ ସହ ମହାପ୍ରଭୁଙ୍କ ମକରବେଶ ଦେଖିବା ପାଇଁ ଆଜି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ ହୋଇଥିବା ଦେଖିବାକୁ ମିଳୁଛି ।
ଦକ୍ଷିଣ ଭାରତରେ ଏହି ପର୍ବ ୩ ଦିନ ଧରି ପାଳନ କରାଯାଏ । ସେହିଭଳି ତେଲୁଗୁ ସଂପ୍ରଦାୟର ଲୋକ ମକର ସଂକ୍ରାନ୍ତିକୁ ପୋଙ୍ଗଲ ଭାବେ ପାଳନ କରିଥାନ୍ତି ।