କଳାହାଣ୍ଡି(ଏଟିଆର ବ୍ୟୁରୋ):ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୨୦୮୫ କୋଟିରୁ ଉଦ୍ଧ୍ୱର୍ ନିର୍ମିତ ହୋଇଥବା ପର୍ବତାଜିରି ମେଗା ଉଠାଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିବେ ।
ସଭାସ୍ଥଳୀ ପାଖରେ ଯେପରି ଦଳୀୟ ପତାକା ନ ରହିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କଠାରୁ ୩୦ ଫୁଟ ଦୂରରେ ଯେପରି ଲୋକମାନେ ରହିବେ ସେଥିପ୍ରତି ବ୍ୟବସ୍ଥା କରାଯାଇଛି । ଏଥରେ ୨୯ ଫ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି । ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୩ ଟି ବାଟ ରଖାଯାଇଛି ।
୭୫୬ କୋଟି ବ୍ୟୟ ଅଟକଳେରେ ଉଦଘାଟନ ହେବା ପାଇଁ ଥିବା ମେଗାଲିଫ୍ଟ ପ୍ରକଳ୍ପ ସୁନାମାଲଠାରେ ହୋଇଥିବା କେନାଲରେ ୨୦୦୦ ଚାଷୀ ନିୟୋଜିତ ହେବା ସହ କେନାଲ ପାଣିରେ ମହିଳାମାନେ ପ୍ରଥମେ ଫୁଲ ପକାଇବାର ବ୍ୟବସ୍ଥା କରାଯାଇଛି । ଏହି କେନାଲର କିଲୋମିଟର ପ୍ରତି ଲମ୍ବ ୪୩.୨୬ ରହିଛି । ଏହାଦ୍ୱାରା ୨୫୨୭୫ ହେକ୍ଟର ଚାଷଜମିରେ ଜଳାସଚନ ହେବ ।
ସୁରକ୍ଷା କର୍ମଚାରୀଙ୍କ ପାଇଁ ମାସ୍କ ଓ ଫେସ ହେଲକେଟ ପିନ୍ଧିପା ପାଇଁ ବାଧ୍ୟତା ମାସ୍କ କରାଯାଇଛି । ସେହିପରି ଲୋମଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଆଣିବା ପାଇଁ ଅନୁମତି ଦିଆଯାଇଛି । ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲିସ ମାନଙ୍କର ତାପମାତ୍ରା ପରୀକ୍ଷା କରାଯିବ ପୋଲି କୁହାଯାଇଛି ।