ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଶତ୍ରୁମାନଙ୍କୁ କଡା ଜବାବ ଦେବା ପାଇଁ ଡିଫେନସ୍ ରିସର୍ଚ ଆଣ୍ଡ ଡେଭଲପ୍ମେଣ୍ଟ ଆଗାନାଇଜେସନ ଅନେକ ଅସ୍ତ୍ରଶସ୍ତ୍ରର ସଫଳ ପରୀକ୍ଷଣ କରିଛି । ଡିଆରଡିଓ ଓ ଭାରତୀୟ ସେନା ମିଳିତ ହୋଇ ଭାରତର ପ୍ରଥମ ସ୍ୱଦେଶୀ ୯ ଏମ୍ଏମ୍ ମେସିନ ପିସ୍ତଲ ବିକଶିତ କରିଛନ୍ତି ।
ମନ୍ତ୍ରାଳୟ କହିଛନ୍ତି ଏହି ମେସିନ ପିସ୍ତଲ ଇନ-ସର୍ଭିସ ୯ ଏମ୍ଏମ୍ ଗୁଳି ବର୍ଷଣ କରେ । ଏହାର ଉପର ଭାଗ ରିସିଭର୍ଟି ବିମାନ ନିର୍ମାଣରେ ବ୍ୟବହୃତ ଆଲ୍ମିନିୟମ୍ରେ ତିଆରି ହୋଇଥିବା ବେଳେ ତଳଭାଗର ରିସିଭର୍ଟି କାର୍ବନ୍ ଫାଇବର୍ରେ ତିଆରି ।ଏହାର ବିଭିନ୍ନ ଅଂଶରେ ଡିଜାଇନ ଓ ପ୍ରୋଟୋଟାଇପ୍ ପ୍ରସ୍ତୁତ ନିମନ୍ତେ ଥ୍ରିଡି ପ୍ରିଶ୍ଚିଙ୍ଗ୍ ପ୍ରକ୍ରିୟା ବ୍ୟବହାର କରାଯାଇଛି । ଏବଂ ଏହାର ମୁଲ୍ୟ ୫୦ ହଜାର ଟଙ୍କା ମଧ୍ୟରେ ସୀମିତ ରହିବ ।