ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା କାଲିଠାରୁ ରାଜ୍ୟରେ ହେବ ଟିକାକରଣ । ପ୍ରଥମେ ଟିକା ଜଣେ ସଫେଇ କର୍ମଚାରୀଙ୍କୁ ଦେବା ପାଇଁ ନିଷ୍ପତ୍ତି ଦିଆଯାଇଥିବା ବେଳେ ତାଙ୍କର ପରିଚୟ ଜଣାପଡି ନାହିଁ ।ଗତ ଗୁରୁବାର ଦିନଠାରୁ ପଞ୍ଜୀକରଣ କରିଥିବା ଲୋକଙ୍କ ମୋବାଇଲ ନମ୍ବରରେ ଏସଏମଏସ ପଡାଯାଇଥିବା ବେଳେ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଜାଉଛି ଟିକାକାରଣ ।
ରାଜ୍ୟରେ ୩ ଲକ୍ଷ ୩୮ ହଜାର ପଞ୍ଜୀକୃତ ହୋଇଥିବା ବେଳେ ପ୍ରଥମ ଦିନରେ ୧ ଲକ୍ଷ ୯୨ ହଜାର ଲୋକଙ୍କୁ ଟିକା ଦିଆଯାଇପାରିବ ।ଟିକାକରଣ ସକାଳ ୯ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ । ଭ୍ୟାକସିନ ସିସି ଖୋଲାଯିବାର ୪ ୪ ଘଣ୍ଟା ମଧ୍ୟରେ ଏହାକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି ।