ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ଉପସ୍ଥିତିରେ ଦିଲ୍ଲୀ ଏମ୍ସ୍ ଟିକା ପ୍ରଦାନ କରାଯାଇଛି । ଏହି ଟିକା ନେବାର ପ୍ରଥମ ବ୍ୟକ୍ତି ହେଉଛନ୍ତି ହସ୍ପିଟାଲର ସଫେଇ କର୍ମଚାରୀ ମନୀଷ କୁମାର ।ଏହି ଅବସରରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ , ଏମ୍ସ୍ ନିଦ୍ଦେର୍ଶକ ଡ. ରଣଦୀପ ଗୁଲେରିଆ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଟିକା ନେବା ପରେ ମନୀଷ କହିଛନ୍ତି ମୋର କୈାଣସି ସମସ୍ୟା ହୋଇନାହିଁ । ଆପଣମାନେ ଆତଙ୍କତ ହୁଅନ୍ତୁ ନାହିଁ । ସମସ୍ତେ ଏହି ଟିକା ନେବା ଆବଶ୍ୟକ । ଏହା ପରେ ଦିଲ୍ଲୀ ଏମ୍ସ୍ର ଡାକ୍ତର , ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଜଣେ ପରିମଳ କର୍ମଚାରୀ ଓ ହସ୍ୱିଟାଲର ଜଣେ ଡାକ୍ତରଙ୍କୁ ଟିକା ପ୍ରଦାନ କରାଯିବ ।