ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଚିଲିକାରେ ବଢିଲା ବିରଳ ଇରାୱାଡି ଡଲଫିନ ସଂଖ୍ୟା । ୨୦୧୯ ରେ ଇରାୱାଡି ଡଲଫିନ ସଂଖ୍ୟା ୧୫୦ ଥିବା ବେଳେ ୨୦୨୦ ରେ ୧୫୬ ରହିଥିଲା । ଡଲଫିନ ଗଣନା ପାଇଁ ୧୮ ଟି ଟିମ ଗଠନ କରାଯାଇଥିଲା । ବାଲୁଗାଁ ଠାରୁ ୧୦ ଟି ଟିମ କରାଯାଇଥିବା ବେଳେ ସାତପଡାରୁ ୮ ଟି ଟିମ କୁ ନେଇ ଗଣନା କାର୍ଯ୍ୟ ଚାଲିଥିଲା ।
ଚିଲିକାରେ ବାସକରୁଥିବା ଫ୍ଲାଗସିପ୍ ପ୍ରଜାତି ହେଉଛି ଇରାୱାଡି ଡଲଫିନ । ବର୍ତ୍ତମାନ ଏହି ପ୍ରଜାତିର ଡଲଫିନ ଏସିଆ ସୀମା ଚିଲିକାଠାରୁ ଇଣ୍ଡେ।।ନସିଆ ରେ ଦେଖିବାକୁ ମିଳେ ।ଡଲଫିନ ଦେଖିବା ପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଡଙ୍ଗା ଚାଲିବା ସମୟରେ ଡଲଫିନକୁ ଯେକୈାଣସି କ୍ଷତି ପହଞ୍ଚବନି ସେଥିପାଇଁ ଡଙ୍ଗା ଚାଳକଙ୍କୁ ଏକସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆଯାଇଥିଲା ବୋଲି କହିଛନ୍ତି ।
୨୦୦୩ ମସିହାରୁ ସିଡିଲ ଇରାୱାଡି ଡଲଫିନଙ୍କ ବାର୍ଷିକ ସଂଖ୍ୟାର ସର୍ଭେ କରାଯାଉଛି । ୧୦ଟି ବିଶେଷଜ୍ଞ ଦଳ ବାଲୁଗାଁ ଅଞ୍ଚଳରେ ଗଣନା କରିଥିଲେ ଏବଂ ସାତପଡା ଅଞ୍ଚଳରେ ଗଣନା ପାଇଁ ୮ଟି ଟିମ୍ ନିୟୋଜିତ ହୋଇଥିଲେ ।