ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଗୁଜୁରାଟର କେୱଡିଆକୁ ସଂଯୋଗ କରୁଥିବା ନୁଆ ୮ ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ହଜରତ ନିଜାମୁଦ୍ଦିନ ରେଲୱେ ଷ୍ଟେଶନରେ ମୋଦିଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓ ରେଲ ମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ଉପସ୍ଥିତ ରହିବେ ।
କେୱଡିଆରେ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି “ଷ୍ଟାଚ୍ୟୁ ଅଫ ୟୁନିଟି” ଅବସ୍ଥିତ । ଏଥି ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି “ଷ୍ଟାଚ୍ୟୁ ଅଫ୍ ୟୁନିଟି” କୁ ଅଧିକ ଦର୍ଶକ ଆସୁଛନ୍ତି । କେୱଡିଆ ଆଉ ସାମାନ୍ୟ ସ୍ଥାନ ହୋଇ ରହିନାହିଁ । ଏହା ବିଶ୍ୱର ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେବାକୁ ଯାଉଛି ।
ଏହି ଟ୍ରେନ ଟି ବାରାଣସୀ , ଦାଦାର , ଅହମ୍ମଦାବାଦ , ହଜରତ , ନିଜାମ୍ମୁଦ୍ଦିନ , ରେକା , ଚେନ୍ନାଇ , ଓ ପ୍ରତାପ ନଗରରୁ କେୱଡିଆ ଅଭିମୁଖେ ଚଳାଚଳ କରିବ । ଏହି ଟ୍ରେନ ସେବା ଫଳରେ ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତର ଅନ୍ୟ ସହରର ଲୋକ ବି ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ପହଞ୍ଚିପାରିବେ ।