ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜିଠୁ ଆରମ୍ଭ ହୋଇଛି ସଡକ ସୁରକ୍ଷା ମାସ ଓ ରାଜ୍ୟସ୍ତରୀୟ ସଡକ ସୁରକ୍ଷା ପଦଯାତ୍ରା । ଦେଶରେ ସଡକ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ବିଜ୍ଞାନ ଭବନରେ ଏହି ମହୋତ୍ସବକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସଡକ ପରିବହନ ମନ୍ତ୍ରୀ ଗଡକରୀ ଉଦଘାଟନ କରିବେ ।
ଏହି ସଡକ ସୁରକ୍ଷା ମାସରେ ବିଶେଷ କରି ଯୁବ ପୀଢିଙ୍କୁ ଅଧିକ ସଚେତନ କରାଯିବ । ୨୦୨୦ ରେ ଦେଶରେ ମୋଟର ଯାନ ଆଇନ ଆସିବା ପରଠାରୁ ଦୁର୍ଘଟଣା ୧୦ ପ୍ରତିଶତ ହ୍ରାସ ପାଇଛି । ଲକଡାଉନ ସମୟରେ ଦୁର୍ଘଟଣା କମିଥିବା ବେଳେ ବର୍ତ୍ତମାନ ପୁଣି ଥରେ ଦୁର୍ଘଟଣା ବଢିବାରେ ଲାଗିଛି ।
ଦେଶରେ ପ୍ରତିବର୍ଷ ୫ ଲକ୍ଷ ଦୁର୍ଘଟଣା ଘଟୁଛି । ଅକାଳରେ ପ୍ରାଣ ହରାଉଛନ୍ତି ପ୍ରାୟ ଦେଢ ଲକ୍ଷ ଲୋକ । ଏହି ଅବସରରେ ନିଆରା ସଚେତନର ବାର୍ତ୍ତା ଦେଇଛନ୍ତି ଯମ ବେଶୀ କଳାକାର । ୩୨ତମ ଜାତୀୟ ସଡକ ସୁରକ୍ଷା ବ୍ୟବସ୍ଥା ପାଳନ ଅବସରରେ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା । ଯମରାଜଙ୍କ ସହ ଚିତ୍ରଗୁପ୍ତ ମିଶି ସଚେତନର ବାର୍ତ୍ତା ଦେଇଛନ୍ତି ।
ସେହିପରି ଶରଧାବାଲି ଠାରୁ ବିଭିନ୍ନ ଏନସିସି ଓ ସ୍କାଇଟ ଗାଇଡ ଛାତ୍ରଛାତ୍ରୀ ମାନେ ସାଇକେଲରେ ସଚେତନର ବାର୍ତ୍ତା କରି ରାଲିରେ ବୁଲିଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କାର୍ଯ୍ୟକ୍ରମରେ ଉଦଘାଟନ କରିଛନ୍ତି ।