ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କାଳ ମଧ୍ୟରେ ଅଧିକାଂଶ ବ୍ୟାଙ୍କିଂ ଫ୍ରଡ ମାମଲା ବଢିଯାଇଛି । ଗ୍ରାହକଙ୍କୁ ସୁରକ୍ଷିତ ବ୍ୟାଙ୍କିଂ ସୁବିଧା ପ୍ରଦାନ କରିବା ପାଇଁ ଭାରତୀୟ ବ୍ୟାଙ୍କ ଅନେକ ପକ୍ଷକ୍ଷେପ ମାନ ଉଠାଉଛି । ଏପରିକି ଫ୍ରଡକୁ ରୋକିବା ପାଇଁ ବ୍ୟାଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଏହାପରେ ବ୍ୟାଙ୍କଂ ଫ୍ରଡ କମୁନାହିଁ । ଏହାକୁ ଦୃଷ୍ଟିରେ ରଖି ଦେଶର ଦ୍ୱିତୀୟ ବଡ ସରକାରୀ ବ୍ୟାଙ୍କ ପଞ୍ଜାବ ନେସନାଲ ବ୍ୟାଙ୍କ (ପିଏନବି) ତାର ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ଉଠାଇଛି । ଯଦି ଆପଣ ବି ପିଏବି ଗ୍ରାହକ ତେବେ ଆପଣ ଏ ବିଷୟରେ ଜାଣିବା ନିହାତି ଜରୁରୀ ।
ଆଗାମୀ ମାସ ଅର୍ଥାତ ଫେବୃଆରୀ ମାସରୁ ନନ-ଇଭିଏମ ଏଟିଏମ ଏଟିଏମ ମେସିନରୁ ଗ୍ରାହକ ନେଣଦେଣ କରିପାରିବେ ନାହିଁ । ଅର୍ଥାତ ଆପଣ ନନ-ଇଭିଏମ ମେସିନରୁ ଟଙ୍କା ଉଠାଇ ପାରିବେ ନାହିଁ । ଏନେଇ ନିକଟରେ ପିଏନବି ବ୍ୟାଙ୍କ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଥିଲା ।
ଟ୍ୱିଟରେ କୁହାଯାଇଥିଲା କି, ନିଜ ଗ୍ରାହକଙ୍କୁ ଠାକାମିରୁ ରକ୍ଷା କରିବା ପାଇଁ ପିଏନବି ନନ-ଇଭିଏମ ଏଟିଏମ ମେସିନରୁ ୦୧.୦୨.୨୦୨୧ ରୁ ନେଣଦେଣ ଉପରେ ପ୍ରତିବନ୍ଧକ ଲଗାଇବ । ଗୋ-ଡିଜିଟାଲ, ଗୋ-ସେଫ୍ ।
ନନ-ଇଭିଏମ ଏଟିଏମ କଣ?
ଯେଉଁଥିରେ ନେଣଦେଣ ସମୟରେ କାର୍ଡ ରଖାଯାଇନଥାଏ ତାହା ହେଉଛି ନନ- ଇଭିଏମ ଏଟିଏମ । ଏଥିରେ ମ୍ୟାଗ୍ନେଟିକ ଷ୍ଟ୍ରିପ ଜରିଆରେ ଡାଟା ରିଡ କରାଯାଇଥାଏ । ଏହାସହିତ କାର୍ଡଟି ଇଭିଏମ ଏଟିଏମ ଭିତରେ କିଛି ସମୟ ପାଇଁ ଲକ୍ ହୋଇଥାଏ ।
ଏହାପୂର୍ବରୁ ବ୍ୟାଙ୍କ ତାର ଗ୍ରାହକଙ୍କ ପାଇଁ ପିଏନବିୱାନ୍ ଆପ୍ ଜରିଆରେ ଏଟିଏମ ଡେବିଟ କାର୍ଡକୁ ଅନ୍ ବା ଅଫ୍ ର ସୁବିଧା ଦେଇଥିଲା । ଯଦି ଆପଣ ଆପଣଙ୍କ କାର୍ଡ ବ୍ୟବହାର କରୁ ନାହାନ୍ତି ତେବେ ଆପଣ ତାକୁ ଅଫ୍ ବା ବନ୍ଦ କରି ଦେଇ ପାରିବେ । ଏହାଦ୍ୱାରା ଆପଣଙ୍କ ସେଭିଙ୍ଗ ଆକାଉଣ୍ଟରେ ଥିବା ଟଙ୍କା ସୁରକ୍ଷିତ ରହିବ ।