ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ରାଜ୍ୟ ସରକାରଙ୍କ ୪ର୍ଥ ପାଳିର ଶେଷ ବର୍ଷରେ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଉଛି । ଠିକ୍ ସେହି ଭଳି ସାମ୍ବାଦିକ ମାନଙ୍କ ପାଇଁ ଅନେକ ଯୋଜନା ବିଷୟରେ ଘୋଷଣା କରାଯାଇଛି ।
ଆଜି ମୁଖ୍ୟ ମନ୍ତ୍ରୀ କାର୍ଯ୍ୟାଳୟରେ ସମ୍ବାଦିକଙ୍କ ପାଇଁ ବିଭିନ୍ନ ଯୋଜନାର ଘୋଷଣା କରାଯାଇଛି । ସେହି ଯୋଜନା ଗୁଡିକ ହେଲା-ଯଦି କୌଣସି ସମ୍ବାଦିକ ୪ ଚକିଆ ଯାନ କିଣୁଛନ୍ତି, ତେବେ ୪ ଲକ୍ଷ ଟଙ୍କା ଋଣରେ ୩ ପ୍ରତିଶତ ସୁଧ ସରକାର ଦେବେ, ଦୁଇ ଚକିଆ ଯାନ କିଣିଲେ ୫୦ ହଜାର ଟଙ୍କା ଋଣରେ ୩ ପ୍ରତିଶତ ସୁଧ ଦେବେ ସରକାର । ଘର ନିର୍ମାଣରେ ୨୫ ଲକ୍ଷ ଟଙ୍କା ଋଣରେ ୩ ପ୍ରତିଶତ ।
ଯଦି କୌଣସି ସାମ୍ବାଦିକଙ୍କ କାର୍ଯ୍ୟରତରେ ଥିବା ବେଳେ ମୃତ୍ୟୁ ହେଉଛି ତେବେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ମିଳିବ । ଏବଂ ତାଙ୍କ ପିଲାଙ୍କ ପାଠ ପଢାରେ ସହାୟତା ଘୋଷଣା କରାଯାଇଛି । ଏହି ସବୁ ଯୋଜନାକୁ ତୁରନ୍ତ ଲାଗୁ କରିବା ପାଇଁ ଲୋକସଂପର୍କ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।